କଟକ ଫେରିଲେ ଏନଡିଆରଏଫ୍ ଟିମ୍। ଛତିଶଗଡ଼ରେ ରାହୁଲ ରେସ୍କ୍ୟୁରେ ନେଇଥିଲେ ପ୍ରମୁଖ ଭୂମିକା।

144

କନକ ବ୍ୟୁରୋ : ଛତିଶଗଡ଼ରେ ରାହୁଲ ରେସ୍କୁ ଅପରେସନ୍ରେ ସମସ୍ତଙ୍କ ମନ ଜିତିଥିବା ଏନଡିଆରଏଫ୍ ଟିମ୍ କଟକରେ ପହଁଞ୍ଚିଛନ୍ତି । ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ବାଟାଲିୟନରେ ସେକେଣ୍ଡ ଇନ୍ କମାଣ୍ଡ ବର୍ଦ୍ଧମାନ ମିଶ୍ରଙ୍କ ସହ ଟିମର ଯବାନମାନେ ପହଁଞ୍ଚିବା ପରେ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ସାଥୀ ଯବାନ । ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇ ଫୁଲ ବର୍ଷା କରିବା ସହ ଅଭିବାଦନ ଜଣାଇଥିଲେ । ଜୟ ଯବାନ ଓ ଜୟ ଜଗନ୍ନାଥ ଧ୍ୱନିରେ ଟିମକୁ ସ୍ୱାଗତ କରାଯାଇଥିଲା ।

ରାହୁଲ ରେସ୍କ୍ୟୁ ଅପରେସନ୍ରେ ବର୍ଦ୍ଧମାନ ମିଶ୍ର, ଏନଡିଆରଏଫ୍ ଟିମ୍ର ନେତୃତ୍ୱ ନେବା ସହ ରାହୁଲଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହି ଅପରେସନ୍ରେ ଅନେକ ଚ୍ୟାଲେଞ୍ଜ ରହିଥିଲା, ଏନଡିଆରଏଫ୍ ଇତିହାସରେ ଏହା ଏକ ବଡ଼ ଅପରେସନ୍ ବୋଲି କହିଛନ୍ତି ବର୍ଦ୍ଧମାନ ।