ଜାତୀୟଉଦ୍ୟାନ ଚାଲିଛି କୁମ୍ଭୀର ଗଣନା । ବରିଷ୍ଠ ପ୍ରାଣୀ ବୈଜ୍ଞାନିକ କହିଲେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣା

126

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ ଜାନୁଆରୀ ୧୫ରୁ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବ । ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ତଥା ବଉଳା କୁମ୍ଭୀର ବିଷାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗର ୨୩ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଭିତରକନିକା ସଂଲଗ୍ନ ନଦୀ ନାଳରେ ବସବାସ କରୁଥିବା କୁମ୍ଭୀରଙ୍କ ସଂଖ୍ୟା ଗଣନା ଚାଲିଛି । ଜାତୀୟ ଉଦ୍ୟାନ ସମେତ ୪ଟି ରେଞ୍ଜରେ ଏହି ଗଣନା କରାଯାଉଛି । ତେବେ କୁମ୍ଭୀର ଗଣନା କଥା ଶୁଣିଲେ, କେବେ ଆପଣଙ୍କର ଇଚ୍ଛା ହୁଏନି, ଜାଣିବା ପାଇଁ ଯେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣନା?

ଅକାତ ଅକାତ ପାଣି ଭିତରେ ହୁଲି ଡଙ୍ଗାରେ ଦିନ-ରାତି ଏକ କରି କୁମ୍ଭୀର ଗଣନା କରାଯାଏ । ଦିନରେ ବଡ କୁମ୍ଭୀର ଗଣନା ସହଜ ହେଉଥିବା ବେଳେ ରାତିରେ କୂଳକୁ ଆସୁଥିବା ଛୋଟ କୁମ୍ଭୀରଙ୍କୁ ଗଣିଥାନ୍ତି ଗଣନା କାର୍ଯ୍ୟରେ ନିୟୋଜିତ ବନ ବିଭାଗର ଟିମ୍ । ତେବେ ବିରଳ ବଉଳା କୁମ୍ଭୀରଙ୍କ ଜୀବନ ଶୈଳୀ, ଭିତରକନିକାର ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ବଉଳା କୁମ୍ଭୀରଙ୍କ ଭୂମିକା ସଂପର୍କରେ ମତ ରଖିଛନ୍ତି ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ଡକ୍ଟର କର ।