ବଢୁଛି ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟ: ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ୍ କରି କହିଥିଲେ ତାଙ୍କ ବିରୋଧରେ ହେଉଛି ଷଡଯନ୍ତ୍ର

181

କନକ ବ୍ୟୁରୋ: ବିଜେପୀ ନେତ୍ରୀ ସୋନାଲି ଫୋଗାଟଙ୍କୁ ୪୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ । ଗୋଆରେ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ସୋନାଲିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ସୋନାଲି ବିଜେପିର ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗାଦେବା ପାଇଁ ଗୋଆ ଗସ୍ତରେ ଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ନିଜର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ସୋନାଲି ଫୋଗାଟ୍ ୨୦୧୯ ନିର୍ବାଚନରେ ହରିଆଣା, ଆଦମପୁର ବିଧାନସଭା ଆସନରୁ ବିଜେପି ପକ୍ଷରୁ ଟିକେଟ୍ ପାଇ ଲଢିଥିଲେ ।

ମାତ୍ର ଏଥିରେ ସେ ହାରି ଯାଇଥିଲେ । ନିର୍ବାଚନ ସମୟରେ ନିଜ ଟିକ୍ଟକ୍ ଭିଡିଓ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲେ । କେବଳ ସେତିକି ନୁହେଁ ସୋନାଲି ବିଗ୍ ବସ୍ -୧୪ରେ ମଧ୍ୟ ଭାଗ ନେଇଥିଲେ । ଏଥିରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ସେୟାର କରିଥିଲେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସୋନାଲିଙ୍କ ଜୀବନରେ ବଡ ପରିବର୍ତନ ଆସିଥିଲା । ତାଙ୍କ ଜୀବନରେ ଅନ୍ୟ ଜଣେ ପୁରୁଷ ବନ୍ଧୁ ଆସିଥିଲେ । ହେଲେ ସେ ସମ୍ପର୍କ ଆଗକୁ ବଢି ନଥିଲା । ଏହାପରେ ସେ ରାଜନୀତିରେ ନିଜକୁ ନିୟୋଜିତ ରଖିଥିଲେ । ତେବେ ମାତ୍ର ୪୨ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି ସୋନାଲି ।