ପବିତ୍ର ସଂପର୍କରେ ପ୍ରଶ୍ନବାଚୀ ! ସ୍ତ୍ରୀକୁ ଛାଡି ଅନ୍ୟତ୍ର ବିବାହ କଲେ ସ୍ୱାମୀ

33

କନକ ବ୍ୟୁରୋ : ଅଗ୍ନିକୁ ସାକ୍ଷୀ ରଖି ରୁପାଲିଙ୍କ ହାତ ଧରିଥିଲେ ରବିନ୍ଦ୍ର । ହିନ୍ଦୁ ରୀତିନୀତି ଓ ପରମ୍ପରା ମୁତାବକ ଚାଲିଥିଲା ମିଳନର ପର୍ବ । ମଥାରେ ସିନ୍ଦୁର, ବେକରେ ଫୁଲମାଳ ଓ ମଙ୍ଗଳସୁତ୍ର ପିନ୍ଧାଇବା ପରେ ସାତଫେରା । ଶେଷରେ ସ୍ୱାମୀର ପାଦ ଛୁଇଁ ସାତ ଜନମର ସାଥୀ ବାଛିଥିଲେ ରୁପାଲି । ଏବେ ରୁପାଲିଙ୍କ ମୁହଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ । କାହିଁକି ନା ଧୋକା ଦେଇଛି ପ୍ରେମିକ ସ୍ୱାମୀ ।

୨୦୧୬, ଡିସେମ୍ବର । ଗଂଜାମ ଜିଲ୍ଲା ହରିଡାର ରୁପାଲି ସ୍ୱାଇଁଙ୍କ ସହ କୋରାପୁଟର ରବିନ୍ଦ୍ର ବରାଡଙ୍କ ବିବାହ ସ୍ଥିର ହୋଇଥିଲା । ତେବେ ରବିନ୍ଦ୍ରଙ୍କ ପରିବାର ଅଧିକ ଯୌତୁକ ଦାବି କରିବାରୁ ବନ୍ଦ ହୋଇଗଲା ବାହାଘର । ହେଲେ ପ୍ରେମରେ ପଡିଯାଇଥିଲେ ରୁପାଲି ଓ ରବିନ୍ଦ୍ର । ପରେ ମୁମ୍ବାଇରେ ରୁପାଲିଙ୍କ ହାତ ଧରିଥିଲେ ରବିନ୍ଦ୍ର । ସ୍ୱାମୀ-ସ୍ତ୍ରୀ ଭଳି ଦୁହେଁ ଦୁଇମାସ ଏକାଠି ବି ରହିଲେ । ବିବାହର ଦୁଇ ମାସ ପରେ ମାଆଙ୍କ ଦେହ ଭଲ ନାହିଁ କହି ଗାଁକୁ ଚାଲିଯାଇଥିଲେ ରବିନ୍ଦ୍ର । ଆଉ ସେଠାରେ ହୋଇଥିଲା ଦ୍ୱିତୀୟ ବିବାହ ।

ବିବାହିତା ରୁପାଲି ଏବେ ଏକା । ନ୍ୟାୟ ଅପେକ୍ଷାରେ ଅଛନ୍ତି ଜଣେ ନବବିବାହିତା । ହେଲେ ରବିନ୍ଦ୍ରଙ୍କ ପରିବାର ପକ୍ଷରୁ ତାଙ୍କ ଉପରେ ଚାପ ପଡୁଛି । ଅଭିଯୋଗ ହୋଇଛିି, ବିଜେଡିର ଜଣେ ରାଜନେତାଙ୍କୁ ଢାଲ କରି ରୁପାଲିଙ୍କ ଉପରେ ଚାପ ପକାଉଛନ୍ତି ରବିନ୍ଦ୍ର ।