ବେକାରୀ ସମସ୍ୟା ନେଇ ଶିଳ୍ପମନ୍ତ୍ରୀଙ୍କ ଘର ଘେରାଉ । ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ଦାବି କଲା ୟୁଥ୍ ଫର୍ ଆକ୍ସନ୍ ।

139

କନକ ବ୍ୟୁରୋ: ବେକାରୀ ସମସ୍ୟା ନେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଛି ୟୁଥ ଫର ଆକ୍ସନ । ୟୁଥ ଫର୍ ଆକ୍ସନର ଅଭିଯୋଗ ରାଜ୍ୟର ବିକାଶ ତଥା ଓଡ଼ିଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ଲାଗି ସରକାର ବହୁ ଶିଳ୍ପ ସଂସ୍ଥା ସହ ଏମଓୟୁ ଚୁକ୍ତି କରୁଛନ୍ତି । ଏପରିକି ଓଡ଼ିଆ ଯୁବକ ଯୁବତୀମାନଙ୍କୁ ସେହି ଶିଳ୍ପ ସଂସ୍ଥାରେ ଚାକିରି ଲାଗି ବ୍ୟବସ୍ଥା ହୋଇଛି । ହେଲେ ବାସ୍ତବରେ ଶିଳ୍ପ ସଂସ୍ଥାରେ ଓଡ଼ିଆ ଯୁବକ ଯୁବତୀ ବି ଚାକିରି ପାଉନାହାନ୍ତି । ଏଣୁ ଆଗାମୀ ବିଧାନସଭା ଅଧିବେଶନରେ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ଏମଓୟୁ ଚୁକ୍ତି ଅନୁଯାୟୀ ଅଧିକ ନିଯୁକ୍ତି ଦେବାକୁ ସ୍ୱତନ୍ତ୍ର ଆଇନ ଆଣନ୍ତୁ ସରକାର । ଯେଉଁମାନେ ଆଇନ ଉଲ୍ଲଂଘନ କରିବେ ସେମାନଙ୍କୁ ଦଣ୍ଡ ଦେବାକୁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରାଯାଇଛି ।