ସ୍ଥାନୀୟ ପ୍ରଶାସନ ନେବେ ମନ୍ଦିର ନିଷ୍ପତ୍ତି । ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନର ଦେଇପାରିବେ ଅନୁମତି

139

କନକ ବ୍ୟୁରୋ: ରାଜ୍ୟରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନର ଦେଇପାରିବେ ଅନୁମତି । କରୋନା ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ପ୍ରଶାସନ । ସେପଟେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ପ୍ରଶାସନ ପରିଚାଳନା କମିଟି ସହ କଥା ହୋଇ ନିଷ୍ପତ୍ତି ନେବେ ।

ଅଗଷ୍ଟ ମାସର ଗାଇଡଲାଇନରେ ଏଥର ଅଧିକ ନିୟମ କୋହଳ କରାଯାଇଛି । ମଲ, ହଲ, ରେଷ୍ଟୁରାଣ୍ଟକୁ ରାଜ୍ୟରେ ଅନୁମତି ମିଳିଛି । ତେବେ କେବଳ କଟକ, ଭୁବନେଶ୍ୱର ଓ ପୁରୀ ଜିଲ୍ଲାରେ ସାମାନ୍ୟ କଟକଣା ଜାରି ହୋଇଛି । ପୂର୍ବରୁ ଥିବା ‘ଏ’ କାଟାଗୋରୀ ଓ ‘ବି’ କାଟାଗୋରୀ ଜିଲ୍ଲା ହଟାଇ ଦିଆଯାଇଛି ।