କଥାଦେଇ କୋର୍ଟକୁ ଆସିଲେନି ବିଧାୟକ। ନିରାଶ ହୋଇ ଫେରିଲେ ପ୍ରେମିକା ଓ ତାଙ୍କ ପରିବାର।

253

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶଙ୍କ ମଧ୍ୟରେ ବିବାଦ ପୁଣି ଥରେ ଏକ ନୂଆ ମୋଡ଼ ନେଇଛି । ୧୭ ଜୁନ୍ ଅର୍ଥାତ୍ ଆଜି ବିବାହ କାର୍ଯ୍ୟକ୍ରମ ହେବାର ଥିଲେ । ସେଥିପାଇଁ ସୋମାଲିକା ଓ ତାଙ୍କ ପରିବାରବର୍ଗ ଜଗତସିଂହପୁର ଉପନିବନ୍ଧକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ବିଧାୟକ ବିଜୟ ଶଙ୍କର ସେଠାରେ ପହଞ୍ଚି ନଥିଲେ । ଶେଷରେ ନିରାଶ ହୋଇ ବିଧାୟକଙ୍କ ପ୍ରେମିକା ଓ ତାଙ୍କ ପରିବାର ଘରକୁ ଫେରିଯାଇଛନ୍ତି ।

ଗତମାସ ୧୬ ତାରିଖରେ ବିଜୟ ଶଙ୍କର ଓ ସୋନାଲିକା ଉଭୟ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଥିଲେ । ନିୟମ ଅନୁଯାୟୀ ଆବେଦନର ୯୦ ଦିନ ମଧ୍ୟରେ ଯେକୌଣସି ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ତେବେ ବିଧାୟକଙ୍କ ଓ ସୋନାଲିକା ମଧ୍ୟରେ ୧୭ ଜୁନରେ ବିବାହ ପାଇଁ ସ୍ଥିର ହୋଇଥିଲା । ସେଥିପାଇଁ ସୋନାଲି ପହଞ୍ଚିଥିଲେ ବି ବିଜୟଶଙ୍କର ଆସିନଥିଲେ । ଏନେଇ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।