କନକ ବ୍ୟୁରୋ: ଆଜି ବସିବାକୁ ଯାଉଛି କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ । ୨୭ କ୍ୟାବିନେଟ ମନ୍ତ୍ରୀ ଏବଂ ୪୫ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମୋଦୀ ସରକାରର ଦ୍ୱିତୀୟ ପାଳିର ସଫଳତା ଏବଂ ବିକାଶ ବାବଦରେ ଆଲୋଚନା ହେବାର ଅଛି । ଯାହା ବିଜେପିର ପ୍ରଚାରରେ ମୁଖ୍ୟତଃ ସାମିଲ ହେବ । ଚଳିତ ମାସରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଅଛି । ଏହାପୂର୍ବରୁ ଆଜି ବସିବାକୁ ଯାଉଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ବିଜେପି ସାଧାରଣ ନିର୍ବାଚନରେ ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛି । ଦଳ ଏକାକୀ ୩୭୦ରୁ ଅଧିକ ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଛନ୍ତି । ଏନଡିଏ ଜରିଆରେ ମିଶନ ୪୦୦ ପୂରଣ କରିବାକୁ ବିଜେପି କର୍ଣ୍ଣାଟକରେ ଜେଡିଏସ, ବିହାରର ଜେଡିୟୁ, ଆନ୍ଧ୍ର ପ୍ରଦେଶର ଟିଡିପି ଏବଂ ଜନସେନା ପାର୍ଟି ସହ ମେଣ୍ଟ କରିଛି ।