ମହାରାଜ କଂସକୁ ଘାରିଛି ମୃତ୍ୟୁ ଭୟ। ସ୍ୱପ୍ନରେ କୃଷ୍ଣଙ୍କ ଦର୍ଶନ କରି ଆତଙ୍କିତ ହୋଇଯାଇଛନ୍ତି ମଥୁରା ନରେଶ।

104

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା । ମଥୁରାନଗରୀରେ ବଢ଼ିଯାଇଛି ପାପର ଭାର । ପାଖେଇ ଆସୁଛି କଂସ ମହାରାଜଙ୍କ ମୃତ୍ୟୁ । କୃଷ୍ଣ-ବଳରାମ ବେନିଭାଇ ମଥୁରାପୁରରେ ପାଦ ଦେଉ ଦେଉ ମହାରାଜଙ୍କୁ ଘାରିଛି ମୃତ୍ୟୁର ଭୟ । ମଧ୍ୟରାତ୍ରୀରେ ଭାଙ୍ଗିଯାଇଛି କଂସ ମହାରାଜଙ୍କ ନିଦ । ସ୍ୱପ୍ନରେ କୃଷ୍ଣଙ୍କ ଦର୍ଶନ ମଥୁରା ନରେଶକୁ ଭୟଭୀତ କରିଦେଇଛି । ସ୍ୱପ୍ନରେ ଆସି ମହାରାଜଙ୍କ ନିଧନ କରୁଥିବା ଦେଖି ମହାରାଜ ଆହୁରି ଭୟଭୀତ ହୋଇଯାଇଛନ୍ତି । ହେଲେ ନିଦ ଭାଙ୍ଗିବା ପରେ ପୁଣି ଥରେ ଷଡ଼ଯନ୍ତ୍ର କରିଛନ୍ତି । ରାକ୍ଷସମାନଙ୍କୁ ପଠାଇ କୃଷ୍ଣବଳରାମଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ।

ଏପଟେ ମହାପ୍ରଭୁଙ୍କ ପାଦ ମଥୁରାପୁରରେ ପଡ଼ିବା ପରେ ଖୁସିର ଲହରି ଖେଳିଯାଇଛି । ସମସ୍ତେ ଉତ୍ସାହିତ ହୋଇଯାଇନ୍ତି । ବରଗଡ଼ ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଏସବୁ ଭିତରେ ମହାରାଜ କୃଷ୍ଣଙ୍କୁ ହତ୍ୟା କରି, ନିଷ୍କଂଟକ ରାଜଭୋଗ କରିବାକୁ ଯୋଜନା ଜାରି ରଖିଛନ୍ତି ମହାରାଜ ।