ଆଶ୍ରୟ ଦେବା ନାଁରେ ଜହ୍ଲାଦ ପାଲଟିଲେ ଯୁବକ । ଦୁଷ୍କର୍ମକାରୀଙ୍କ ହାବୁଡରୁ ବର୍ତ୍ତିବାକୁ ଛାତରୁ ଡେଇଁଲେ ନାବାଳିକା ।

372

କନକ ବ୍ୟୁରୋ: କଳିଙ୍ଗନଗର ଥାନା ଝୁମ୍ପୁଣାରେ ସୋମବାରଦିନ ଘଟିଛି ଏହି ସ୍ପର୍ଶକାତର ଘଟଣା । ଆଶ୍ରୟ ଦେବା ନାଁରେ ମାନବିକତା ହରାଇଛନ୍ତି ଦୁଷ୍କର୍ମକାରୀ । ବର୍ଷା କାରଣରୁ ଝୁମ୍ପୁଣା ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିବା ନାବାଳକ ସଂପର୍କୀୟ ଭାଇଙ୍କୁ ଆକ୍ରମଣ କରାଯିବା ସହିତ ନାବାଳିକା ଉଭଣୀକୁ ଗଣଦୁଷ୍କର୍ମ ଉଦ୍ୟମ ହୋଇଛି । ଆଉ ଦୁଷ୍କର୍ମକାରୀଙ୍କ କବଳରୁ ଖସିଯିବାକୁ ଉଦ୍ୟମ କରି ଛାତରୁ ଡେଇଁ ଗୁରୁତର ହୋଇଛନ୍ତି ନାବାଳିକା ।

ଆନନ୍ଦପୁର ଥାନା ଅଞ୍ଚଳର ଆଦିବାସୀ ନାବାଳକ ସଂପର୍କୀୟ ଭାଇ ଓ ଭଉଣୀ ଗତକାଲି ଡୁବୁରିରେ ବସରୁ ଓହ୍ଲାଇଥିଲେ । ବର୍ଷା ହେବାରୁ ସେମାନେ ଆଶ୍ରୟ ନେବାକୁ ଏକ ମନ୍ଦିରରେ ଛିଡା ହୋଇଥିଲେ । କିଛି ସମୟ ପରେ ୨ ଜଣ ଯୁବକ ଆସି ସେମାନଙ୍କୁ କିଛି ଖାଇବାକୁ ଦେବାସହ ପାଖ ସ୍କୁଲରେ ଯାଇ ଆଶ୍ରୟ ନେବାକୁ କହିଥିଲେ । । କିଛି ସମୟ ପରେ ସେହି ଯୁବକ ଦୁଇଜଣ ସାଙ୍ଗରେ ଆଉ ୩ ଜଣଙ୍କୁ ଧରି ସ୍କୁଲରେ ପହଂଚି ନାବାଳକ ଭାଇକୁ ମାଡ ମାରିବା ସହ ନାବାଳିକାଙ୍କୁ ସ୍କୁଲ ଛାତ ଉପରକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।

  • ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବ କି ପୁଲିସ ?
  • ୫ ଜହ୍ଲାଦଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ବର୍ତ୍ତମାନ ସଂପୃକ୍ତ ନାବାଳିକା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ନାବାଳକ ଭାଇକୁ ନିଜ ହେପାଜତକୁ ନେଇଛି । ପୋଲିସ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଯାଜପୁର ଅଞ୍ଚଳର ଏହି ଘଟଣା ପୁଣିଥରେ ମହିଳା ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।