ଟନେଲ ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା । ପାଣି ତଳେ ୫୪୦ ମିଟର ଯାତ୍ରାର ମଜା ନେଉଛନ୍ତି ଯାତ୍ରୀ

1,156

କନକ ବ୍ୟୁରୋ : ବିଦେଶରେ ଆମେ ଦେଖିଥିବା ଅଣ୍ଡର ୱାଟର ମେଟ୍ରୋ ପ୍ରଥମଥର ଭାରତରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।
କୋଲକାତାରେ ପାଣିର ୩୩ ମିଟର ତଳେ ଏହି ଟ୍ରେନ ଚଳାଚଳ କରୁଛି । ହୁଗୁଳି ନଦୀର ତଳେ ତଳେ ମେଟ୍ରୋ ଟ୍ରେନଟି ୫୪୦ମିଟର ଯାତ୍ରା କରିବ । ହାୱଡାରୁ କୋଲକାତାର ସଲ୍ଟଲେକ୍ ସେକ୍ଟର ଫାଇବ ଯାଏଁ ପାଣି ତଳେ ମେଟ୍ରୋ ଯାତ୍ରାର ମଜା ନେଇପାରିବେ ଯାତ୍ରୀ । ୨୦୧୪ ମାର୍ଚ୍ଚ ଶେଷ ବେଳକୁ ଏହି ପ୍ରକଳ୍ପ ଶେଷ ହେବ ବୋଲି ଜଣାପଡିଛି ।