ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର ।

202

କନକ ବ୍ୟୁରୋ : ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର । ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ସୂଚନା । ସେପଟେ ବେଗୁନିଆରେ ଗୋଟିଏ ଦିନ ଚାଲିବା ପରେ ବନ୍ଦ ହେଲା ଯାତ୍ରା ।

କୋରୋନା ମହାମାରୀ ଭିତରେ ଦୀର୍ଘ ୧୧ମାସ ବନ୍ଦ ରହିଛି ଯାତ୍ରା । ତେଣୁ ଅତି କମରେ ୨ହଜାର ଦର୍ଶକ ଥାଇ ଯାତ୍ରା କରିବା ପାଇଁ ଅନୁମତି ଦେବା ପାଇଁ ଦାବି କରି ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯାତ୍ରା ଖୋଲିବା ପାଇଁ ଅନୁମତି ମିଳୁନାହିଁ । ତେଣୁ କଳାକାର ବଞ୍ଚିବେ କେମିତି । ଏମିତି ବଞ୍ଚିବା ଅପେକ୍ଷା ଆତ୍ମହୁତି ଦେବା ଭଲ ବୋଲି କହିଛନ୍ତି ଦୈତାରୀ ପଣ୍ଡା ।

ରାଜ୍ୟ ସରକାର ଦାବି ପୂରଣ ନକଲେ ୨୪ରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶା । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ଯାତ୍ରା ପାଇଁ ଅନୁମତି ମିଳୁଛି ‌ତେବେ ଓଡ଼ିଶାରେ ଆମକୁ ଯାତ୍ରା ପାଇଁ କାହିଁକି ଅନୁମତି ନାହିଁ ପ୍ରଶ୍ନ କରିଛନ୍ତି କଳାକାର ।