କାଶୀପୁରରେ ଝାଡବାନ୍ତି ପ୍ରସଙ୍ଗ: ଦୂଷିତ ପାଣି ପାଇଁ ବ୍ୟାପୁଛି ରୋଗ, ବିଧାନସଭାରେ ବିବୃତ୍ତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। 

47

କନକ ବ୍ୟୁରୋ: ରାୟଗଡା ଜିଲ୍ଲୀ କାଶୀପୁରରେ ଝାଡବାନ୍ତି ବ୍ୟାପିବର କାରଣ ଦୂଷିତ ପାଣି । ବିଧାନସଭାରେ ଏନେଇ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ କିଛି ଦିନ ଧରି କାଶୀପୁରେ ଛାଡବାନ୍ତି ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ୭ ଜଣଙ୍କ ମୃତ୍ୟୁ ହୋଇସାରିଛି । ଡାଇରିଆରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଡାଇରିଆ ସ୍ଥିତି ପରଖିବା ପାଇଁ  ଆରଏମ୍ଆରସିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚିଛନ୍ତି ।

ଡାକ୍ତର ବିଭୁତି ଭୂଷଣ ପାଲଙ୍କ ନେତୃତ୍ୱରେ ଆରଏମ୍ଆରସିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆଜି କାଶୀପୁର ବ୍ଲକ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଗ୍ରାମଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରାଯାଉଛି । ଏଥିସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ଅନୁଧ୍ୟାନ କରିବେ  ଆରଏମ୍ଆରସିର ବିଶେଷଜ୍ଞ ଦଳ ।