ଶୂନ୍ୟରେ ଉଡ଼ିବ ସେନା । ଦୁର୍ଗମ ଅଞ୍ଚଳରେ ଜ୍ୟାଟପେକ୍ ସୁଟ୍ ପିନ୍ଧି ଶତ୍ରୁଙ୍କୁ ଦମନ କରିବ ଭାରତୀୟ ସେନା ।

139

କନକ ବ୍ୟୁରୋ: ହାଇଟେକ ହେବ ଇଣ୍ଡିଆନ୍ ଆର୍ମିର ଯୁଦ୍ଧ ଲଢିବାର କ୍ଷମତା । ଆଉ ଶୂନ୍ୟରେ ଉଡିବ ସେନା । ଦୁର୍ଗମ ଅଞ୍ଚଳରେ ପ୍ରବେଶ କରି ଶତ୍ରୁକୁ ଦମନ କରିବେ ଭାରତୀୟ ସେନା । ଆଇରନ ମ୍ୟାନ୍ ଭଳି ଆକାଶରେ ଉଡିବେ ଆମ ଭାରତୀୟ ସେନା । ଏପରି ଉଡିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ୟାଟପେକ୍ କିଟ୍ । ଏହି କିଟ୍ ଏବେ ଅର୍ଡର କରିଛି ଭାରତୀୟ ସେନା ।

ନିକଟରେ ଆର୍ମେନିଆ-ଆଜରବାଇଜାନ ଠାରୁ ଆରମ୍ଭ କରି ଋଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ଦେଖିବା ପରେ ଏଭଳି ଜ୍ୟାଟପେକ୍ କିଣିବାକୁ ନିଷ୍ପତି ନେଇଛି ଭାରତୀୟ ସେନା । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜ୍ୟାକପେଟ୍ ପିନ୍ଧି ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ସର୍ବାଧିକ ୧୦ ହଜାର ଫୁଟ ଉଚ୍ଚରେ ଉଡିହେବ । ପ୍ରାଥମିକ ଭାବେ ୪୮ଟି ଜ୍ୟାଟପେକ୍ ସୁଟ୍, ୧୦୦ଟି ରୋବଟ ଏବଂ ୧୩୦ଟି ଫାଷ୍ଟ-ଟ୍ରାକ ‘ଟିଥର୍ଡ’ ଡ୍ରୋନ୍ ସିଷ୍ଟମ କିଣିବାକୁ ଲକ୍ଷ୍ୟ ରହିଛି । ସେନା କହିଛି, ଏହି ଏହି ଜ୍ୟାଟପେକ୍ ସୁଟରେ ସେନାର ଲ୍ୟାଣ୍ଡିଂ ଏବଂ ଟେକ ଅପ୍ ବ୍ୟବସ୍ଥା ରହିଥିବା କୁହାଯାଉଛି । ସେହିପରି ଡ୍ରୋନ ଜରିଆରେ ଦୀର୍ଘ ସମୟ ଧରି ସୀମା ରେଖା ଉପରେ ନଜର ରଖିପାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।