ଶୀତ ରୁତୁ ପାଇଁ ସୀମାରେ ଅଧିକ ସଜାଗ ହେଲାଣି ଭାରତୀୟ ସେନା । ପୂର୍ବ ଲଦାଖରେ ମୁତୟନ ହେବ ୫ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

66

କନକ ବ୍ୟୁରୋ : ଆଗକୁ ଶୀତ ଦିନ ଆସୁଛି । ଏନେଇ ସୀମାରେ ଅଧିକ ସଜାଗ ହେଉଛି ଭାରତୀୟ ସେନା । ଶତ୍ରୁପକ୍ଷର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଭାରତୀୟ ସେନା ଲଦାଖରେ କିଛି ନୂଆ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୃତୟନ କରିବାକୁ ଯାଉଛି । ତାଜା ସୂଚନା ଅନୁସାରେ ପୂର୍ବ ଲଦାଖରେ ୫ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୃତୟନ କରିବ ଭାରତ । କାମିକାଜେ ଡ୍ରୋନ, ଆର୍ଟିଲିଟାରୀ ଗନ, ଲୋଇଟରିଂ ୱିପନ, ପିନାକା ରକେଟ ସିଷ୍ଟମ, କେ-ନାଇନ ବଜ୍ରକୁ ଖୁବ ଶିଘ୍ର ମୃତୟନ କରାଯିବ । ଯଦି କୌଣସି ସ୍ଥାନରେ କିଛି ବି ଅସ୍ତ୍ରଶସ୍ତ୍ର ଶତ୍ରୁ ଲୁଚାଇ ରଖିଥିବେ ଏହାକୁ ଖୋଜି ବାହାର କରିବାରେ ଏହି କାମିକାଜେ ଡ୍ରୋନ ସକ୍ଷମ । କାମିକାଜେ ଡ୍ରୋନ ମିସାଇଲ ରହିତ । ଏଥିସହ ସାଉଥ କୋରିଆ ନିର୍ମିତ କେ ନାଇନ ବଜ୍ର ଓ ଡିଆରଡିଓ ଦ୍ୱାରା ନିର୍ମିତ ପିନାକା ରକେଟ ସିଷ୍ଟ ମଧ୍ୟ ମୃତୟନ କରାଯାଉଛି । ଲଦାଖ ସୀମାରେ ଉନ୍ନତମାନ ତଥା ବେଶ ଦୂର ଯାଏଁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ମଧ୍ୟ ମୃତୟନ କରିବ ସେନା । ଏହି ସବୁ ଅସ୍ତ୍ରଶସ୍ତ୍ର ଭାରତ ଇସ୍ରାଏଲଠୁ ଆଣିବା ସହ ଖୁବ ଜଲଦି ପୂର୍ବ ଲଦାଖରେ ମୃତୟନ କରିବାକୁ ଯାଉଛି ।