ଏଲଏସିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତି : ରେଜାଙ୍ଗ ଲାରେ ଦୁଇ ଦେଶର ସେନା ମୁହାଁମୁହିଁ, ଭାରତୀୟ ସେନାକୁ ହଟାଇବାକୁ ଚୀନର ପ୍ରୟାସ; ରେଜାଙ୍ଗ ଲାରେ ୪୦ରୁ ୫୦ ସୈନ୍ୟ ଥିବା ସୂଚନା

510

କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତି । ରେଜାଙ୍ଗ ଲାରେ ଦୁଇ ଦେଶର ସେନା ମୁହାଁମୁିହିଁ ହୋଇଛନ୍ତି । ଭାରତୀୟ ସେନାକୁ ହଟାଇବାକୁ ଚୀନ ପ୍ରୟାସ କରୁଛି । ରେଜାଙ୍ଗ ଲାରେ ୪୦ରୁ ୫୦ ସୈନିକ ଥିବା ସୂଚନା ରହିଛି । ପୂର୍ବଭଳି ଗତକାଲି ରାତିରେ ମଧ୍ୟ ଅନ୍ଧାର ରାତିର ସୁଯୋଗ ନେଇ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋପୋଆ ମାଇନଟେନ ଟପ୍ସରେ ଭାରତୀୟ ସେନାର ଏକ କ୍ୟାମ୍ପ ନିକଟରେ ଫଲ୍ସ ଫାୟାରିଙ୍ଗ୍ କରିଥିଲେ ପିପୁଲସ ଲିବରେସନ ଆର୍ମିର ଯବାନ । ଏହାର ଜବାବରେ ଭାରତୀୟ ସେନା ପାଲଟା ଜବାବ ଦେଇଛି । ଫଳରେ ଚୀନ ସେନାକୁ ପଛ ଘୁଂଚା ଦେବାକୁ ବାଧ୍ୟ ହୋଇଛି । ସୋପୋଆ ଟପସ ସାମରୀକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱ ବହନ କରୁଛି । ଏଠାରେ ଭାରତର ସ୍ଥିତି ମଜଭୁତ ରହିଛି । ଏଥିପାଇଁ ଚୀନ ସେନା ଏହାକୁ ନିଜ କବଜାକୁ ନେବାକୁ ପ୍ରୟାସ ଜାରି ରଖିଛି । ଯାହାକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ସେନା । କାଲାଟପ୍ ଓ ହେଲମେଟ ଟପକୁ ଚୀନ ସେନା କବଜା କରିବା ପରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ତେଣୁ ଚୀନ ଅନୁପ୍ରବେଶ ଉଦ୍ୟମ କରିବା ମାତ୍ରେ ତାକୁ କଡା ଜବାବ ଦେଇଛି ।

ତେବେ ୧୯୭୫ ପରେ ଏଲଏସିରେ ଦୁଇ ଦେଶର ସେନା ମଧ୍ୟରେ ଏହା ପ୍ରଥମ ଗୁଳି ମାଡ ବୋଲି କୁହାଯାଉଛି । ଏପରିକି ଗଲୱାନ ଘାଟିରେ ହୋଇଥିବା ବଡ ସଂଘର୍ଷରେ ମଧ୍ୟ ଗୁଳି ବିନିମୟ ହୋଇନଥିଲା । ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏଲଏସିର ସ୍ଥିତି ନେଇ ସେନା ମୁଖ୍ୟ ସମସ୍ତ ସୂଚନା ଦେଇଛନ୍ତି । ଏବଂ ଆଜି ସନ୍ଧ୍ୟା ପ୍ରତିରକ୍ଷାମନ୍ତ୍ରୀ, ସିଡିଏସ୍ ବିପିନ୍ ରାୱତ ଓ ତିନି ସେନା ମୁଖ୍ୟଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।