ତେଲନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଘଟଣା : ୩ଦିନ ପରେ ୨ଭଉଣୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ ; ଗତ ୧୫ତାରିଖରେ ତେଲନଦୀକୁ ଡେଇଁ ପଡିଥିଲେ ୨ ଯୁବତୀ

687

କନକ ବ୍ୟୁରୋ : ବଲାଙ୍ଗୀର ତେଲ ନଦୀକୁ ଡ଼େଇଁ ନିଖୋଜ ଘଟଣା । ୨ ଭଉଣୀଙ୍କ ମୃତ ଦେହ ଠାବ । ସୋନପୁର ଜିଲ୍ଲାର ବଡକେନ୍ଦା ନଦୀ କୂଳରୁ ସାନ ଭଉଣୀଙ୍କ ମୃତ ଦେହ ମିଳିଥିବା ବେଳେ ବଡ ଭଉଣୀର ମୃତ ଦେହ ବୌଦ୍ଧର ଜହ୍ନାପଙ୍କ ମହାନୀ ପଠାରୁ ଠାବ ହୋଇଛି । ଘଟଣା ଘଟିବା ୩ ଦିନ ପରେ ୨ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।

ଗତ ୧୫ ତାରିଖରେ ପୂବାହ୍ନ ବେଳେ  ତୁଷୁରା-ଗୁଡ଼ଭେଲା ବ୍ଲକ ରାସ୍ତାରେ ଥିବା ତେଲନଦୀ ବ୍ରିଜ୍ ଉପରୁ ପାଣିକୁ ଡ଼େଇଁ ପଡ଼ିଥିଲେ ଦୁଇଜଣ ଯୁବତୀ । ଏନେଇ ସ୍ଥାନୀୟ ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଦୁଇ ଜଣ ଯୁବତୀ ପାଣିକୁ ଡ଼େଇଁବା ପରେ କିଛି ସମୟ ପାଇଁ ପାଣିରେ ଭାସିଥିଲେ । ଏହାପରେ ସେମାନେ ପାଣି ସ୍ରୋତରେ ନିଖୋଜ ହୋଇଯାଇଥିଲେ ।

ବ୍ରିଜ୍ ଉପରେ ଯୁବତୀଙ୍କ ସ୍କୁଟି ଓ ଚପଲ ପଡ଼ିରହିଥିଲା । ଏନେଇ ପ୍ରତେକ୍ଷଦର୍ଶୀ ତୁଷୁରା ପୋଲିସକୁ ସୁଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ୨ଭଉଣୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।

Comments are closed.