ଭଜନ ଗାଇଲେ ଢେଙ୍କାନାଳ ଜିଲ୍ଲାପାଳ। ସମାରୋହରେ ଭଜନ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲେ।

191

କନକ ବ୍ୟୁରୋ: ଭଜନ ଗାଇ ଭଜନ ସମାରୋହର ଉଦଘାଟନ୍ କଲେ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଭଜନ ସମାରୋହରେ ଖୁବ୍ ସୁନ୍ଦର ଗୀତ ଗାଇଛନ୍ତି । ରଥଯାତ୍ରା ଅବସରରେ ଢେଙ୍କାନାଳ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ବାଜି ଚଉକ ମାଉସୀ ମାଆ ମନ୍ଦିର ଠାରେ ୨ ଦିନ ଧରି ଭଜନ ସଂଧ୍ୟାର ଆୟୋଜନ କରାଯାଇଛି । ଆଉ ଏହି ଭଜନ ସଂଧ୍ୟାରେ ଜିଲ୍ଲାପାଳ ନିଜେ ଗୀତ ଗାଇ ଭଜନ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଖୁବ୍ ସୁନ୍ଦର ଭାବେ ଭଜନ ଟିଏ ଗାଇଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।