ଗୃହ ସାଢେ ୧୧ଟା ଯାଏଁ ମୁଲତବି

96

କନକ ବ୍ୟୁରୋ : ବିଧାନସଭାର ଅନ୍ତିମ ଦିନରେ ଚାଲିପାରିଲାନି ପ୍ରଶ୍ନକାଳ । ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟଙ୍କ ନାରାବାଜି ପାଇଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।
ଗୃହରେ ଖଣି ଦୁର୍ନୀତି ଓ ଦୁଷ୍ମନ୍ତ ଦାସ ମୃତ୍ୟୁ ପ୍ରସଙ୍ଗ ଉଠାଇଲା ବିଜେପି । ଏହି ପ୍ରସଙ୍ଗ ଉଠାଇ ଗୃହରେ ବିଜେପି ଜୋରଦାର ହଟଗୋଳ କରିବା ଯୋଗୁ ଗୃହରେ ପ୍ରଶ୍ନକାଳ ଚାଲିପାରିନଥିଲା ।
ଗତକାଲି ମଧ୍ୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଗତକାଲି ବିରୋଧୀ ଗୃହରେ ହଙ୍ଗାମା କରିବା ସହ ବାଚସ୍ପତି ଚାମ୍ବର ମଧ୍ୟ ଘେରିଯାଇଥିଲେ ବିଜେପି ଓ କଂଗ୍ରେସ ।