୧୦ ଲକ୍ଷ ଡୋଜ ଟିକା ଦେଲାଣି ବିଏମସି : ୬ ଲକ୍ଷରୁ ଅଧିକ ନେଲେଣି ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ନେଲେଣି ୩ ଲକ୍ଷ ୭୯ ହଜାର, ୨ ଲକ୍ଷ ଯୁବବର୍ଗ ନେଲେଣି ଟିକା

72

କନକ ବ୍ୟୁରୋ : ଭୁବନେଶ୍ୱରରେ ବର୍ତମାନ ସୁଦ୍ଧା  ୧୦ ଲକ୍ଷ ଡୋଜ କୋଭାକ୍ସିନ ଟିକା ଦିଆ ସରିଲାଣି । ଜୁଲାଇ ୧୫ ତାରିଖ ସୁଦ୍ଧା  ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଯୋଜନା ରହିଛି । ଜୁନ ୧୪ ତାରିଖ ସୁଦ୍ଧା ୬ ଲକ୍ଷ ୩୦ ହଜାର ପ୍ରଥମ ଡୋଜ ଟିକା ନେଇଥିବାବେଳେ ୩  ଲକ୍ଷ ୭୯ ହଜାର ନେଲେଣି ଦ୍ୱିତୀୟ ଡୋଜ ଟିକା । ଜାନୁଆରୀ ମାସରୁ ଭୁବନେଶ୍ୱରରେ ଟିକାକରଣ କାମ ଆରମ୍ଭ ହୋଇଥିଲା ।

ସୋମବାର ସୁଦ୍ଧା ୧୦ଲକ୍ଷ ୯ ହଜାର ୬୯୬ ଡୋଜ ଟିକା ଦିଆଯାଇଥିବା କୁହାଯାଇଛି । ଭୁବନେଶ୍ୱରରେ ସବୁବର୍ଗର ଲୋକଙ୍କୁ ଟାର୍ଗେଟ କରାଯାଇ ଟିକା ଦିଆଯାଉଛି । ସମ୍ମୁଖ ଯୋଦ୍ଧା, ହୋଟେଲ ଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପରେ ସାମିଲ ଲୋକଙ୍କୁ ଟିକା ଦିଆଯାଉଛି । ମେ ପହିଲାରୁ ରାଜଧାନୀରେ ଯୁବବର୍ଗଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବର୍ତମାନ ସୁଦ୍ଧା ୨ ଲକ୍ଷ ଯୁବବର୍ଗ ନେଲେଣି ଟିକା ।