ଆମେରିକାରେ ଉଗ୍ର ହେଉଛି ଗନ କଲଚର । ଜୁଲାଇ ମାସରେ ଘଟିଲାଣି ୬ ଟି ଗୁଳିକାଣ୍ଡ

109

କନକ ବ୍ୟୁରୋ : ଆମେରିକାର ସ୍ୱାଧୀନତା ଦିବସ ଅବସରରେ ଚିକାଗୋ ସହରରେ ଏକ ପରେଡ୍ ଚାଲିଥିବା ବେଳେ ଗୁଳିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସୋମବାର ପରେଡ୍ ଚାଲିଥିବା ବେଳେ ହଠାତ୍ ଗୁଳିକାଣ୍ଡ ଘଟିଥିଲା । ଲୋକେ କିଛି ବୁଝିବା ପୂର୍ବରୁ ଆତର୍କିତ ଭାବେ ଉପରୁ ଗୁଳି ମାଡ ହୋଇଥିଲା । ଭୟରେ ଲୋକେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଶୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଗୁଳିକାଣ୍ଡ ପରେ ନାଗରିକଙ୍କୁ ଘରେ ରହିବାକୁ ପୁଲିସ ପରାମର୍ଶ ଦେବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ ଅପରେସନ ଜାରି ରଖିଛି । ତେବେ ସୁଟର ଜଣକ ଏକ ମଲର ଛାତ ଉପରୁ ରହି ଗୁଳିଚଳାଇଥିବା ପୁଲିସ ଜାଣିବାକୁ ପାଇଛି ।

କେତକ ରିପୋର୍ଟ ମୁତାବକ ଆମେରିକାରେ ୨୦୧୧ ପର ଠୁ ଗଣ ଗୁଳିକାଣ୍ଡ ତିନି ଗୁଣା ବଢଛି । ଆମେରିକାରେ ୧୯୮୨ରୁ ୨୦୧୧ ମଧ୍ୟରେ ପ୍ରତି ୨୦୦ ଦିନରେ ଗୋଟିଏ ମାସ ଗୁଳିକାଣ୍ଡ ଘଟୁଥିବା ବେଳେ ୨୦୧୧ରୁ ୨୦୧୪ ମଧ୍ୟରେ ଏହି ହାର ୬୪ ଦିନକୁ ଖସିଆସିଥିଲା । ଅର୍ଥାତ ଏବେ ପ୍ରତି ୬୪ ଦିନରେ ଗୋଟିଏ ମାସ ଗୁଳିକାଣ୍ଡ ଘଟୁଛି । ୨୦୧୯ ସୁଦ୍ଧା ଆମେରିକାରେ ମୋଟ ୪୧୭ ମାସ ଗୁଳିକାଣ୍ଡ ହୋଇଥିବା ବେଳେ ୨୦୨୧ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭୦୦ ଛୁଇଁଛି । ଆଉ ସବୁ ଗୁଳିକାଣ୍ଡରେ ସେମି ଅଟୋମୋଟିକ୍ ବନ୍ଧୁକ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଆମେରିକାର ଜନସଂଖ୍ୟା ତୁଳନାରେ ଲୋକଙ୍କ ପାଖରେ ଅଧିକ ବନ୍ଧୁକ ରହିଛି । ଆମେରିକାରେ ମୋଟ ୩୩ କୋଟି ଜନସଂଖ୍ୟା ହୋଇଥିବା ବେଳେ ୪୦ କୋଟି ଲୋକଙ୍କୁ ବନ୍ଧୁକ ଲାଇସେନ୍ସ ଦିଆଯାଇଛି ।

ବନ୍ଧୁକ ଲାଇସେନ୍ସ ପାଇବାର ସୁବିଧା ଆମେରିକାରେ ଅଧିକ ରହିଥିବାରୁ ଏଭଳି ମାସ ଗୁଳିକାଣ୍ଡ ଘଟୁଥିବା କୁହାଯାଉଛି । ହେଲେ ଆମେରିକା ସରକାର ଏଥିରୁ ମୋଟ ଅଙ୍କର ଟିକସ ପାଉଥିବାରୁ ଏହି ନିୟମରେ ପରିବର୍ତନ କରିବାକୁ ଚାହୁଁନାହାଁନ୍ତି ।