ବେଆଇନ ଟଙ୍କା ବନ୍ଦ ପାଇଁ ସରକାରର ବଡ ପଦକ୍ଷେପ। ସିବିଡିଟିଦ୍ୱାରା ନିର୍ମିତ ନୂଆ ନିୟମାବଳୀ।

231

କନକ ବ୍ୟୁରୋ: ବେଆଇନ ତଥା ଅଗଣିତ ନଗଦ ଟଙ୍କା କାରବାରକୁ ବନ୍ଦ କରିବାକୁୁ ସରକାର ବଡ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର ଟ୍ୟାକ୍ସ ବା ସିବିଡିଟିଦ୍ୱାରା ନିର୍ମିତ ନୂଆ ନିୟମାବଳୀ ଅନୁଯାୟୀ ବର୍ଷକୁ ୨୦ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏଣିକି ନିଜର ପାନକାର୍ଡ ବିବରଣୀ ଓ ଆଧାରକାର୍ଡ ବାଧ୍ୟତାମୂଳକ ଭାବେ ଉପସ୍ଥାପନ କରିବାକୁ ପଡିବ ।

ପୂର୍ବରୁ ନଗଦ ଜମା କରିବା ସମୟରେ ବ୍ୟକ୍ତିମାନେ ପ୍ୟାନ ବିବରଣୀ ପ୍ରଦାନ କରିବା ପୂର୍ବରୁ ପ୍ରତିଦିନ ୫୦ହଜାର ଟଙ୍କାର ସୀମା ରହିଥିଲା ଓ ଆୟକର ବିଭାଗ ବାର୍ଷିକ ସୀମା ଧାର୍ଯ୍ୟ କରିନଥିଲା। କିନ୍ତୁ ନୂଆ ନିୟମ ଅନୁଯାୟୀ ଏକ କିମ୍ବା ଏକାଧିକ ବ୍ୟାଙ୍କରେ ଗୋଟିଏ ବର୍ଷରେ ନଗଦ ଟଙ୍କା ଉଠାଇବା ଓ ବିପୁଳ ପରିମାଣର ଜମା ପ୍ୟାନ ଓ ଆଧାରଣ ବିବରଣୀ ସହିତ ଅନୁବନ୍ଧିତ କରାଯିବା ଆବଶ୍ୟକ ।