ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ

90

କନକ ବ୍ୟୁରୋ : ପୁଡୁଚେରୀ କଂଗ୍ରେସ ସରକାର ଉପରେ ଏବେ କଳା ବାଦଲ ଛାଇ ଯାଇଛି । ବିଧାୟକ ଜୈନ କୁମାରଙ୍କ ଇସ୍ତଫା ପରେ ଏବେ ଭି. ନରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ଉପରାଜ୍ୟପାଳ ତାମିଲି ସାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କୁ ଫେବୃଆରୀ ୨୨ ତାରିଖ ସଂନ୍ଧ୍ୟା ୫ ଟା ସୁଦ୍ଧା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଫେବୃଆରୀ ୧୬ ତାରିଖ ଦିନ କଂଗ୍ରେସ ବିଧାୟକ ଜୈନ କୁମାର ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ  । ଏହା ପୂର୍ବରୁ ବି ୩ ଜଣ କଂଗ୍ରେସ ବିଧାୟକ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ପୁଡୁଚେରୀ ବିଧାନସଭାରେ ମୋଟ ୩୩ ଟି ଆସନ ଥିବା ବେଳେ ଏମାନଙ୍କ ଇସ୍ତଫା ପରେ କଂଗ୍ରେସ ଓ ଡିଏମକେ ମେଣ୍ଟ ସରକାର ପାଖରେ ମାତ୍ର ୧୪ ଜଣ ବିଧାୟକ ରହିଛନ୍ତି ।

ଗୁରୁବାର ଦିନ ପୁଡୁଚେରୀ ରାଜ୍ୟ ବିଜେପିର ଅଧ୍ୟକ୍ଷ ବି. ସ୍ୱାମୀନାଥନ୍ କହିଥିଲେ କି ବର୍ତ୍ତମାନ କଂଗ୍ରେସ ସରକାର ବହୁମତ ହରାଇ ସାରିଛି । ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବା ଦରକାର । ଏହାସହ ସରକାର ବହୁମତ ପ୍ରମାଣ କରିବାକୁ ସେ ଦାବି କରିଥିଲେ ।