ରଥଯାତ୍ରାରେ ବିକ୍ରି ହୋଇ ପାରିଲାନି ଫ୍ଲାଟ । ହାଇକୋର୍ଟଙ୍କ ଅନ୍ତରୀଣ ରାୟ ପରେ ଅଟକି ରହିଛି ପଞ୍ଜିକରଣ

366

କନକ ବ୍ୟୁରୋ: ରଥଯାତ୍ରାରେ ଅନେକ ଫ୍ଲାଟ ବିକ୍ରି ହୋଇଥାଏ, କିନ୍ତୁ ଚଳିତ ବର୍ଷ ଗୋଟିଏ ବି ଫ୍ଲାଟ୍ ବିକ୍ରି ହୋଇପାରନି ।  କାରଣ ହେଉଛି, ରେରାର ନିୟମ ନମାନିଲେ ଫ୍ଲାଟ କିଣା-ବିକା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ପ୍ରଭାବ ପଡ଼ିଛି ରିଏଲ ଇଷ୍ଟେଟ ବ୍ୟବସାୟ ଉପରେ ।  ଫ୍ଲାଟ ମାଲିକମାନେ ସର୍ବସାଧାରଣ ଜାଗାକୁ ନିଜ ନାମରେ ରଖୁଥିବାର ଅଭିଯୋଗ ହେବା ପରେ ଏହି ମାମଲା ଏବେ ହାଇକୋର୍ଟରେ ଚାଲିଛି । ଏହାର ଶୁଣାଣି କରି ଜୁନ ୨୩ ତାରିଖରେ ଅନ୍ତରୀଣ ରାୟ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି…

ହାଇକୋର୍ଟଙ୍କ ନିର୍ଦ୍ଦେଶ

  • ଦଖଲ ପ୍ରମାଣପତ୍ର ଇସ୍ୟୁ ହେବାର ୩ ମାସ ମଧ୍ୟରେ କ୍ରେତାଙ୍କ ଆସୋସିଏସନ୍ ଗଠନ କରାଯାଉ
  • ଆପାର୍ଟମେଂଟର ସର୍ବସାଧାରଣ ଜାଗା ଆସୋସିଏସନ୍ ନାଁରେ ପଞ୍ଜିକରଣ କରାଯାଉ
  • ତିନି ମାସ ମଧ୍ୟରେ ଆପାର୍ଟମେଂଟ ଓନରସିପ୍ ଏବଂ ମ୍ୟାନେଜମେଂଟ ବିଲ୍ ଆଣନ୍ତୁ ସରକାର

ଜୁନ-ଜୁଲାଇ ମାସର୍ ଅଧିକ ଘର କିଣାବିକା ହୋଇଥାଏ । ହାଇକୋର୍ଟଙ୍କ ଛାଟ ଯୋଗୁଁ ଏହା ଏବେ ଅଟକି ରହିଛି । ମାନ୍ଦା ପଡ଼ିଯାଇଛି ରିଅଲ ଇଷ୍ଟେଟ୍ ବ୍ୟବସାୟ । ଅଗଷ୍ଟ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ ।