ସନା ଖାନ,ଗୁରମୀତ ଚୈାଧୁରୀ ଏବଂ ଶରମନ ଯୋଶୀ ଅଭିନୀତ ଫିଲ୍ମ “ୱଜହ ତୁମ୍ ହୋ ”ର ପ୍ରଥମ ଲୁ୍କ୍ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ୩ଟି ପୋଷ୍ଟର ରିଲିଜ ହୋଇଛି । ସବୁଥିରେ ସନା ଖାନଙ୍କୁ ଫିଚରିଂ କରାଯାଇଛି । ଖୁବ୍ ହଟ୍ ଅବତାରରେ ପୋଷ୍ଟରରେ ନଜର ଆସୁଛନ୍ତି ସନା ।
ଏହି ଫିଲ୍ମଟି ହେଟ ଷ୍ଟୋରୀ ୩ ର ନିର୍ଦେଶକ ବିଶାଳ ପଣ୍ଡ୍ୟାଙ୍କ ଦ୍ୱାରା ନିର୍ଦେଶିତ ଏକ ଥ୍ରୀଲର ଫିଲ୍ମ ଅଟେ । ଏଥିରେ ଶରମନ ପୁଲିସ୍ ଓ ସନା ଓକିଲ ଭୂମିକାରେ ନଜର ଆସିବେ । ପ୍ରଯୋଜନା ସଂସ୍ଥାର ସୂଚନାନୁସାରେ ,ଏହି ଫିଲ୍ମଟି ଡିସେମ୍ବର ୨ ରେ ରିଲିଜ ହେବାକୁ ଯାଉଛି ଏବଂ ଅକ୍ଟୋବର ୧୪ରେ ଏହି ଫିଲ୍ମ “ୱଜହ ତୁମ୍ ହୋ ”ର ଟ୍ରେଲର ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Wajah-Tum-Ho-First-Look-Poster-Sana-Khan-1.jpg)