ମାମି ଫିଲ୍ମ ଫେଷ୍ଟିଭାଲରେ ବାହୁବଲୀ ୨ ର ଫାଷ୍ଟ ପୋଷ୍ଟର ରିଲିଜ

ମାମି ଫିଲ୍ମ ଫେଷ୍ଟିଭାଲରେ ବାହୁବଲୀ ୨ ର ଫାଷ୍ଟ ପୋଷ୍ଟର ରିଲିଜ

ସବୁଠାରୁ ଚର୍ଚ୍ଚିତ ଫିଲ୍ମ ବାହୁବଲୀର ଫ୍ୟାନଙ୍କ ପାଇଁ ଆଜି ଏକ ଖୁସିର ଦିନ । କାରଣ ମାମି ଫିଲ୍ମ ଫେଷ୍ଟିଭାଲରେ ବାହୁବଲୀ ୨ର ଫାଷ୍ଟ ପୋଷ୍ଟର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଝଲକ ଏସ ଏସ ରାଜମୈାଲିଙ୍କ ତରଫରୁ ସିନେପ୍ରେମୀମାନଙ୍କ ପାଇଁ ଏକ ଉପହାର ।

୧୮ ତମ ମାମି ଫିଲ୍ମ ଫେଷ୍ଟିଭାଲରେ ଲଂଚ କରାଯାଇଥିବା ଏଇ ପୋଷ୍ଟର ଫିଲ୍ମ ପାଇଁ ଦର୍ଶକଙ୍କ ହୃଦସ୍ପନ୍ଦନ ବଢେଇ ଦେଇଥିବା ଜଣାପଡିଛି । ପୋଷ୍ଟରରେ ବାହୁବଲୀ ଏକ ନୂଆ ଅବତାରରେ ଦେଖାଦେବେ । ବାହୁବଳୀ ଭୂମିକାରେ ଅଭିନୟ କରୁଥିବା ପ୍ରଭାସ ଏଇ ପୋଷ୍ଟରରେ ଦେହରେ କ୍ଷତ ଓ ହାତରେ ଲୁହା ଶିକୁଳିକୁ ଧରିବାର ଦେଖାଯାଉଛି ।

ବାହୁବଳୀ ୨: ଦ କନକ୍ଲୁଜନର ପୋଷ୍ଟର ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସଙ୍କ ଜନ୍ମଦିନ ରେ ହିଁ ଲଂଚ କରାଯାଇଛି । ଏଇ ପୋଷ୍ଟର ଲଂଚ ଅବସରରେ ବାହୁବଲୀ ଟିମର ସମସ୍ତ ସଦଶ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ଯେଉଁଠି ଅଭିନେତା ପ୍ରଭାସ , ରାଣା ଡୁଗୁବଟ , ଅନୁଷ୍କା ସେଟ୍ଟୀ ଓ ତମନ୍ନା ଭାଟିଆ ବାହୁବଲୀ ସିକ୍ୱେଲର ସୁଟିଂକୁ ନେଇ ନିଜର ଅନୁଭୂତି ବାଂଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe