କନକ ବ୍ୟୁରୋ: ସାରକୁ ନେଇ ପୁଣି ଉମରକୋଟରେ ଉତେଜନା । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଉମରକୋଟ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ । ଏବଂ କୃଷି ଅଧିକାରୀଙ୍କୁ ଶୋଭାଯାତ୍ରାରେ ଚଲାଇ ଚଲାଇ ନେଲେ ପ୍ରତିବାଦକାରୀ ଚାଷୀ । ଗୋଟିଏ ପଟେ ଚାଷୀଙ୍କ ରାସ୍ତାରେ ଅବରୋଧ ଅନ୍ୟପଟେ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ ।

Advertisment

ଏହି ଶୋଭାଯାତ୍ରାରେ ଚାଷୀଙ୍କ ସହ ଚାଲି ଚାଲି ଗଲେ କୃଷି ଅଧିକାରୀ । ସାର ଅଭାବକୁ ନେଇ ବିଗତ କିଛି ଦିନ ବୂର୍ବେ ସାର ପାଇଁ ଚାଷୀ ରାସ୍ତା ରୋକ କରିବା ସହ କୃଷି କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ ଗୋଟିଏ ପଟେ ବର୍ଷା ହୋଇ ଚାଷ ପାଇଁ ଅନୁକୁଳ ପାଗ ଥିବା ବେଳେ ସାର ଅଭାବ ସମସ୍ୟା ଚାଷୀଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଦେଇଛି । । ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି ।