ଖେଳାଳୀ ବନାମ କୁସ୍ତି ଯୋଦ୍ଧା ମହାସଂଘ । ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଭିନେଶ ପୋଗଟଙ୍କ ସହ ଦେଶର ଜଣାଶୁଣା କୁସ୍ତିଯୋଦ୍ଧା ।

135

କନକ ବ୍ୟୁରୋ: ଯୌନ ଶୋଷଣର ଅଭିଯୋଗ ଆଣିଲେ ଦେଶର ପ୍ରତିଷ୍ଠିତ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ତାଙ୍କୁ ପଦରୁ ହଟାନଯାଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଭିନେଶ ଫୋଗଟ୍ ।

ଦେଶର ନାମୀଦାମୀ କୁସ୍ତି ଯୋଦ୍ଧାଙ୍କ ଦିଲ୍ଲୀର ଯନ୍ତରମନ୍ତରରେ ପ୍ରଦର୍ଶନ । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣାଶୁଣା କୁସ୍ତିଯୋଦ୍ଧା । ଏମାନଙ୍କ ଅଭିଯୋଗ ହେଲା…

  • ସଂଘର ସଭାପତି ଜାଣିଶୁଣି ମହିଳା ଖେଳାଳିଙ୍କ ଯୌନ ଶୋଷଣ କରୁଛନ୍ତି
  • ଉଦ୍ଦେଶ୍ୟମୂଳକ ଭାବେ ସଂଘ ଖେଳାଳିଙ୍କ ଉପରେ ବ୍ୟାନ ଲଗାଉଛି
  • କୁସ୍ତି ସଂଘର ସଭାପତି ଖରାପ ଶଦ୍ଦ ପ୍ରୟୋଗ କରିବା ସହ ଗାଳି ଦେଉଛନ୍ତି
  • ବ୍ରଜଭୂଷଣ ଶରଣ ସିଂହଙ୍କୁ ପଦରୁ ନ ହଟାଇଲା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି କୁସ୍ତି ଯୋଦ୍ଧା

ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ବେଳେ ବିଶ୍ୱ ଚାମ୍ପିୟନସିପର ପଦକ ବିଜେତା ବିନେଶ ଫୋଗଟ କାନ୍ଦି ପକାଇଥିଲେ । ସେ କହିଥିଲେ, ସଂଘ ସଭାପତି ତାଙ୍କୁ ଖରାପ ଶଦ୍ଦ ପ୍ରୟୋଗ କରିଛନ୍ତି । ସଂଘ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଏଥିପାଇଁ ସେ ଦିନେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ।

  • ଧାରଣାରେ ସାମିଲ ଦେଶର ଅଲିମ୍ପିକ୍ସ ବିଜେତା
  • ଅଭିଯୋଗକୁ ସଂଘର ସଭାପତି କଲେ ଖଣ୍ଡନ

ଯନ୍ତର-ମନ୍ତରରେ ଏକାଠି ହୋଇଥିବା କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ବିନେଶ ଫୋଗଟଙ୍କ ସହ ଟୋକିଓ ଅଲିମ୍ପିକ୍ସର ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କ ସମେତ ଦେଶର ଜଣାଶୁଣା ଡଜେନରୁ ଅଧିକ କୁସ୍ତିଯୋଦ୍ଧା ସାମିଲ ହୋଇଛନ୍ତି । କୁସ୍ତିଯୋଦ୍ଧାଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ସଭାପତି ବ୍ରଜଭୂଷଣ ଶରଣ ସିଂହ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ । ସେ କାହାକୁ କୌଣସି ନିର୍ଯାତନା ଦେଇନାହାନ୍ତି ।
ବ୍ରଜଭୂଷଣ ସିଂହ କୁସ୍ତି ମହାସଂଘର ସଭାପତି ସହ ବିଜେପିର ସାଂସଦ ମଧ୍ୟ ଅଛନ୍ତି । ଏଭଳି ସ୍ଥଳେ ସଭାପତି ଓ ଦେଶର ନାମୀଦାମୀ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ବିବାଦ ଆଗରୁ କେଉଁ ରୂପ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।