ହିଟୱେଭରେ ଜଳୁଛି ୟୁରୋପ ମହାଦେଶ । ଥଣ୍ଡା ଦେଶରେ କାଳ ସାଜିଛି ପ୍ରଚଣ୍ଡ ଖରା । 

342

କନକ ବ୍ୟୁରୋ: ହିଟୱେଭ ପାଇଁ ଯାଉଛି ଶହ ଶହ ଲୋକଙ୍କ ଜୀବନ । ୟୁରୋପ ମହାଦେଶରେ ବଡ ବିପଦ ସାଜିଥିବା ହିଟୱେଭରେ ଏବେ ସୁଦ୍ଧାରେ ୧୯ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବ୍ରିଟେନ, ପର୍ତୁଗାଲ, ସ୍ପେନ ଓ ଗ୍ରୀସରେ ସ୍ଥିତି ସବୁଠୁ ଅଧିକ ସଂଗୀନ ରହିଛି । ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ପିଚୁ ରାସ୍ତା ତରଳିବାରେ ଲାଗିଛି । ଟ୍ରାଫିକ ସିଗନାଲରେ ଲାଗିଥିବା ଲାଇଟ ଗୁଡିକ ତରଳୁଥିବା ଦେଖିବାକୁ ମିଳୁଛି । ଏଠାରେ ହିଟୱେଭ ଏତେ ଅଧିକ ରହିଛି କି ବିମାନ, ଟ୍ରେନ ଓ ବସ ଚଳାଚଳା ଏକ ପ୍ରକାର ମୁସ୍କିଲ ହୋଇପଡିଛି ।  ୨୦୦୩ ମସିହାରେ ସମାନ ସ୍ଥିତି ୟୁରୋପକୁ ସାମ୍ନା କରିବାକୁ ପଡିଥିଲା  ଓ ଏଥିରେ ପ୍ରାୟ ୭୦ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ପ୍ରାୟ ୧୯ବର୍ଷ ପରେ ୟୁରୋପ ମହାଦେଶରେ ପୁଣି କାଳ ସାଜିଛି ହିଟୱେଭ । ଥଣ୍ଡା ଦେଶ ଗୁଡିକରେ ତାପମାତ୍ରା ଏବେ ୪୨ ଡିଗ୍ରୀ ସେଲସିୟସରୁ ଅଧିକ ରହୁଛିା