କନକ ବ୍ୟୁରୋ: ଯୋଜନା ମାଳମାଳ ହେଲେ କାର୍ଯ୍ୟକାରୀ କିପରି ହେଉଛି ପଙ୍ଗାତିରା ପଂଚାୟତ ନାରଦମୁଣ୍ଡା ଗାଁକୁ ଦେଖିଲେ ଅନୁମାନ ହେବ ଏକାଧିକ ଲୋକଙ୍କର ମାଟି ଚାଳ ଛପର ଘର ଭଙ୍ଗା ଅବସ୍ଥାରେ ନାହିଁ ଆବାସ

Kanak News is now on WhatsApp
Join and get latest news updates delivered to you via WhatsApp
ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ନାରଦମୁଣ୍ଡା ଗାଁରେ ରହୁଛନ୍ତି ୩୦ଟି ପରିବାର । ଏହି ପରିବାର ପାଖରେ ପହଂଚି ପାରିନାହିଁ କୌଣସି ସୁଖସୁବିଧା । ଗାଁର ଏକାଧିକ ପରିବାର ଆଜି ବି ଚାଳ ଛପର ଘରେ ରହୁଛନ୍ତି । ଅନେକ ଅଛନ୍ତି ଯାହାଙ୍କ ମୁଣ୍ଡ ଉପରେ ଥିବା ଚାଳ ଘରର ଛପର ଉଡିଯାଇଛି । ତଥାପି ଏମାନଙ୍କୁ ସରକାରୀ ଜୋନରା ଲୋକଙ୍କ ଘଟଟିଏ ମିଳୁନାହିଁ । ଘର ପାଇଁ ପ୍ରଶାସନିକ ବାବୁଙ୍କ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
ଲୋକମାନେ ବର୍ଷା ଦିନରେ ବେଶି ହଇରାଣ ହେଉଛନ୍ତି । ଭଙ୍ଗା ଚାଳିଆ ଘରେ ରହି ହେଉନାହିଁ । ଏହାସହ ଗାଁକୁ ଯାଇଥିବା ରାସ୍ତା ମଧ୍ୟ ଖରାପ ଅଛି, ଫଳରେ ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି । ସେପଟେ କମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି, କାହିଁକି ଘର ପାଉ ନାହାନ୍ତି ତାର ତଦନ୍ତ କରାଯିବ । ସରକାର ତୁରନ୍ତ ନାରଦମୁଣ୍ଡା ଗାଁ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗାଇ ଦେବା ଆବଶ୍ୟକ ହୋଇ ପଡିଛି ।