ରାଜରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ସଂଘ । ସାରା ରାଜ୍ୟରେ ତେଜିଲା ଷ୍ଟ୍ରିଅରିଂ ଛାଡ ପ୍ରତିବାଦ, ବିଧାନସଭାରୁ ଉଠିଲା ପ୍ରସଙ୍ଗ

183

କନକ ବ୍ୟୁରୋ : ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି । ସେହିପରି ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଘରୋଇ ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ୍ ଗୁଡିକ ଚଳାଚଳ କରୁନାହିଁ । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ନଯାଇପାରି ଅଟକି ରହିଛନ୍ତି । ବାଲିଗୁଡା ଓ ସମ୍ବଲପୁରରେ ମଧ୍ୟ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି । ଏପଟେ ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ବିଧାନସଭାରେ ଉଠିଛି ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରସଙ୍ଗ