ଦିବ୍ୟାଙ୍ଗ ବାପାଙ୍କ ସାହସୀ ଝିଅ । ‘ନାହିଁ’କୁ ନିଘା ନାହିଁ । ବାପାଙ୍କ ତିନି ଚକିଆ ସାଇକେଲରେ ଆଗକୁ ବଢୁଛି ନିଳାଦ୍ରୀଙ୍କ ସ୍ୱପ୍ନ

254

କନକ ବ୍ୟୁରୋ: ଯେତେ କଷ୍ଟ ହେଉ । ମୁଁ ପାଠ ପଢିବି ମୋ ବାପାଙ୍କ ଦୁଃଖ ଦୂର କରିବି । ମୋ ବାପା ସିନା ଦିବ୍ୟାଙ୍କ ହେଲେ ତାଙ୍କ ମନ ଭାରି ଟାଣ । ଆମକୁ ମଣିଷ କରିବାକୁ ସେ କେବେ ପଛେଇ ନାହାଁନ୍ତି । ତାଙ୍କ ତିନି ଚକିଆ ସାଇକେଲରେ ମୋତେ ଆଉ ମୋ ସ୍ୱପ୍ନକୁ ଆଗେଇ ନେଉଛନ୍ତି । ମୁଁ ବି ହାର ମାନିବିନି । ଭଲ ପାଠ ପଢି ଡାକ୍ତର ହେବି । ବାପାଙ୍କ  ସାହାରା ହେବି । ଏ ହେଉଛି ଜଣେ ଦିବ୍ୟାଙ୍ଗ ବାପାଙ୍କ ଝିଅ ନିଳାଦ୍ରୀ ତନୟାଙ୍କ ଦୃଢ ମନର କଥା ।

ବାପାଙ୍କ ଦିବ୍ୟାଙ୍ଗ ଦେହ ତା’ ସାଙ୍ଗକୁ ପରିବାରର ଆର୍ଥିକ ବୋଝ । ତଥାପି ହାର ମାନିନି ମନ । ଦିବ୍ୟାଙ୍ଗ ବାପାଙ୍କ ତିନି ଚକିଆ ଟ୍ରାଇ ସାଇକେଲରେ ଝିଅ ଯାଉଛି ସ୍କୁଲ । ୩ ଝିଅଙ୍କୁ ପାଠସାଠ ପଢାଇ ବଡ ମଣିଷ କରିବାକୁ ଆଣ୍ଟ ଧରିଛନ୍ତି ବାପା । ଆଉ ନିଜ ତିନି ଚକିଆ ସାଇକେଲରେ ଆଗେଇ ନେଉଛନ୍ତି ଝିଅର ଭବିଷ୍ୟତଙ୍କ ସ୍ୱପ୍ନକୁ । ଆମେ କହୁଛୁ ବାଲେଶ୍ୱର ସଦର ବ୍ଲକ ପାତ୍ରପଡା ପଞ୍ଚାୟତର ଗଜେନ୍ଦ୍ର ପ୍ରଧାନଙ୍କ କଥା ।

ପାଖରେ ନାହିଁ ଅର୍ଥ । ତଥାପି ପିଲାଏ ପାଠ ପଢିବେ ଭଲ ମଣିଷ ହେବେ । ସେମାନଙ୍କୁ ସ୍କୁଲ ନେବାକୁ ଅଟୋଭଡା ଦେବା ପାଇଁ ତାଙ୍କ ପାଖରେ ପଇସାର ଅଭାବ  । ତେଣୁ ନିଜ ଟ୍ରାଇ ସାଇକେଲରେ ଝିଅକୁ ପ୍ରତିଦିନ ୫ କିଲୋମିଟର ଛାଡିବାକୁ ଓ ଆଣିବାକୁ ଯାଉଛନ୍ତି ଗଜେନ୍ଦ୍ର । ତାଙ୍କୁ ଏକ କଣ୍ଟ୍ରୋଲ ଦୋକାନ ରହିଛି । ଏଥିରୁ ଯାହା ଦି ପଇସା ରୋଜଗାର ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର । ସେମିତିରେ ଘର ଚଳାଇବାକୁ ଏଯାଏଁ ପାଖାପାଖି ୪ ଲକ୍ଷ ଟଙ୍କା ଋଣ କରିସାରିଲେଣି ଗଜେନ୍ଦ୍ର । ଏଭଳି ସ୍ଥିତିରେ ଝିଅ ନିଳାଦ୍ରୀକୁ ସ୍କୁଲକୁ ନେବା ଆଣିବାକୁ କରିବାକୁ ଅଟୋ ଭଡା ଦେବାକୁ ତାଙ୍କର ସମ୍ବଳ ନାହିଁ । ଫଳରେ ନିଜ ଟ୍ରାଇସାେଇକେଲରେ ହିଁ ଝିଅକୁ ନେଇ ସ୍କଲ ନବାଆଣିବା କରନ୍ତି ଗଜେନ୍ଦ୍ର ।

ଝିଅମାନେ ବି ବାପାଙ୍କର ସବୁ ସମସ୍ୟାକୁ ବୁଝିପାରନ୍ତି । ଝିଅ ନିଳାଦ୍ରୀ ବାପାଙ୍କ ଆଗରେ କିଛି ଅଳିଅର୍ଦ୍ଦଳି ନକରି ସୁନା ଝିଅ ପରି ବ୍ୟାଗ ଧରି ବାପାଙ୍କ ଟ୍ରଶି ସାଇକେଲ ପଛରେ ଛିଡା ହୋଇ ସ୍କୁଲ ଯିବାକୁ ବାହାରିପଡେ । ଏଥିରେ ସେ ବେଶ୍ ଖୁସି । ମନରେ ତା’ର ଗୋଟିଏ ଇଚ୍ଛା, ଯେତେ କଷ୍ଟ ହେଉ ପାଠ ପଢିବ, ବଡ ମଣିଷ ହେବ ।