ଶିକ୍ଷା ବିଭାଗର କଳଙ୍କ ହେଲେ ଜିଲ୍ଲା ଶିକ୍ଷାଧିକାରୀ। ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ। 

145

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କ ବଦଳି ଡେରାବିଶ ବିଇଓଙ୍କ କାର୍ଯ୍ୟାଳୟକୁ କରାଇ ଦେବାକୁ କହି ସେ ୨୦ ହଜାର ଟଙ୍କା ଲାଞ୍ଚମାଗିଥିଲେ । ହେଲେ ଏନେଇ ସନ୍ତୋଷ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ଯୋଜନା ମୁତାବକ ଭଡାଘରେ ଲାଞ୍ଚ ନେଉଥିଲା ବେଳେ ଜିଲ୍ଲାଶିକ୍ଷାଅଧିକାରୀଙ୍କୁ ମାଡିବସିଥିଲେ ଭିଜିଲାନ୍ସ ଅଧିକାରୀ । ଏହାପରେ କେନ୍ଦ୍ରାପଡା ସ୍ଥିତ ତାଙ୍କ ଭଡା ଘର ଓ କାର୍ଯ୍ୟାଳୟ, ବାଲେଶ୍ୱର ସ୍ଥିତ ପୈତୃକ ଘର ଏବଂ କଟକ ବାସଭବନରେ ଏକକାଳୀନ ଚଢାଉ ହୋଇଛି ।

ଜିଲ୍ଲା ଶିକ୍ଷାଅଧିକାରୀ ସ୍ୱପ୍ନରେ ବି ଭାବିନଥିଲେ, ଅବସର ନେବା ପୂର୍ବରୁ ସେ ଆଇନ ଜାଲରେ ଛନ୍ଦି ହୋଇଯିବେ । କିଛି ଦିନ ପୂୂର୍ବରୁ ଜିଲ୍ଲାର କୌଣସି ସାମ୍ବାଦିକ ସ୍କୁଲ ହତାକୁ ପଶି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରି ନାଲି ଆଖି ଦେଖାଇଥିଲେ । ଏବେ ଲାଞ୍ଚ ନେଇ ନିଜେ ବନ୍ଧା ହୋଇଛନ୍ତି ।