ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । 

70

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ସଂସଦରେ ଲଢେଇ କରିବ ବିଜେଡି । ଏହାଛଡା କୋଲ ରୟାଲଟି, ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ପ୍ରସଙ୍ଗ ବି ଉଠାଇବ ଦଳ । ଆଜି ବିଜେଡି ସଂସଦୀୟ ଦଳ ବୈଠକରେ  ପାର୍ଲାମେଣ୍ଟ ବଜେଟ ଅଧିବେଶନ ବେଳେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରି ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ପ୍ରସଙ୍ଗ ବାବଦରେ ଅବଗତ କରାଇଥିଲେ ।

ରେଳବାଇ କ୍ଷେତ୍ରରେ  ଓଡିଶାକୁ  ଅବହେଳା ପ୍ରସଙ୍ଗ ବି ଉଠାଇବ ବିଜେଡିା  ଏହାଛଡା କୋଶଳୀ ଓ ହୋ ଭାଷାକୁ  ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ପାର୍ଲାମେଂଟରେ ଉଠାଇବାକୁ ବିଜେଡ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତିହୋଇଛି ।