କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟରେ ସପ୍ତମଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଓ ମୃତ ପୁତ୍ର ସନ୍ତାନ ପ୍ରସବର ୨୪ ଘଂଟା ଭିତରେ ମୃତ୍ୟୁ ପରେ ସୁରକ୍ଷା ଓ ପ୍ରଶାସନ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିଜେପି ଓ କଂଗ୍ରେସ । ରବିବାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପିର ମହିଳା ମୋର୍ଚ୍ଚା ବାଲିଗୁଡ଼ା ଗସ୍ତ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପରିବାର ମୃତ ନାବାଳିକା ଛାତ୍ରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୩ ତାରିଖରେ ବେଲଘର ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ଘଟଣାରେ ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରାଯାଇ ବାଳସୁଧାର ଗୃହରେ ରଖାଯାଇଥିଲ । ଗର୍ଭବତୀ ଛାତ୍ରୀକୁ ଘୁ. ଉଦୟଗିରିର ଏକ ସେବା ସଦନରେ ରଖାଯାଇଥିଲା । ଛାତ୍ରୀ ଜଣକ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ମୃତଶିଶୁ ଜନ୍ମ ଦେଇଥିଲା । ଆଉ ଏହାର ୨୪ ଘଂଟା ନପୁରୁଣୁ ଛାତ୍ରୀର ମୃତ୍ୟୁ ହୋଇଥିଲା । ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସୁପରିଟିନଟେଣ୍ଡେଂଟକୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
ବାଲିଗୁଡ଼ାରେ ଗର୍ଭବତୀ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟଣାକୁ ନେଇ ଜୋର ଧରିଲା ରାଜନୀତି: ସୁରକ୍ଷା ଓ ପ୍ରଶାସନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
/kanak/media/post_attachments/wp-content/uploads/2022/10/34-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)