କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ପ୍ରତିକ୍ରିୟା ରଖଛନ୍ତି ଡିସିପି ପ୍ରତୀକ ସିଂ । ଚଳଚିତ୍ର ପ୍ରଯୋଜକଙ୍କୁ ବ୍ଲାକମେଲ ମାମଲାରେ ଡିସିପି କହିଛନ୍ତି ଯେ, ବିଶ୍ୱାସର ଅବବ୍ୟବହାର କରି ଅର୍ଚ୍ଚନା ବ୍ଲାକମେଲ କରିଛନ୍ତି । ପଡିତାଙ୍କର ଏକ ଅଶ୍ଳୀଳ ଫଟୋ ରଖି ତାଙ୍କୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ଆଉ ପଡିତାଙ୍କୁ ବାଧ୍ୟ କରିଥିଲେ ଫିଲ୍ମ ପ୍ରଜୋଜକଙ୍କ ନିକଟତର ହେବାକୁ । ଏହା ସହ ପ୍ରଜୋଜକଙ୍କୁ ଟଙ୍କା ମାଗିବାକୁ ବାଧ୍ୟ କରିବା ସହ ଧମକ ଚମକ ଦେଉଥିଲେ । ତାଙ୍କରି କଥା ଅନୁସାରେ ପିଡିତା ଜଣଙ୍କ କାମ କରିଥିଲେ ।
ଗିରଫ ପରେ ଅର୍ଚ୍ଚନାଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ପୁରା ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି ତାର ତଦନ୍ତ ଚାଲିଛି । ଜବତ ହୋଇଥିବା ମୋବାଇଲ ଓ ଲାପଟପକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଏହାସହ ଅର୍ଚ୍ଚନାଙ୍କ ନାଁରେ ଯେଉଁ ଦୁଇ କମ୍ପାନୀ ଥିବା କଥା କୁହାଯାଉଛି, ତାର ମଧ୍ୟ ତଦନ୍ତ ହେଉଛ ।
ଏହି ଷଡଯନ୍ତ୍ରରେ ତାଙ୍କ ସହ ଆଉ କେଉଁମାନେ ଅଛନ୍ତି ତାଙ୍କୁ ଏବେ ପୁଲିସ ଖୋଜୁଛି । ଅଚ୍ଚର୍ନାଙ୍କ ସ୍ୱାମୀଙ୍କୁ ମଧ୍ୟ ପୋଲିସ ନୋଟିସ କରିଛି । ତାଙ୍କ ଶରୀର ଅସୁସ୍ଥ ଥିବାରୁ ଏପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇପାରିନାହିଁ । ଆଉ ଅଚ୍ଚନାଙ୍କ ସମ୍ପତି ଉପରେ ଯାଂଚ ଚାଲିଛି । ଏବଂ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରୁଥିବା କହିଛନ୍ତି ଡସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/26-6.jpg)