ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାରେ ସିନ୍ ରିକ୍ରିଏଟ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲକୁ ନେଇ ଲାଲକିଲ୍ଲାରେ କରାଗଲା ସିନ ରିକ୍ରିଏଟ ।

93

କନକ ବ୍ୟୁରୋ : ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାର ସିନ ରିକ୍ରିଏଟ କଲା କ୍ରାଇମବ୍ରାଂଚ । ଗଣତନ୍ତ୍ର ଦିବସ ଦିନ କିପରି ଆନ୍ଦୋଳନରତ ଚାଷୀ ଲାଲକିଲ୍ଲା ନିଜ କବଜାକୁ ନେଇଥିଲେ ଏବଂ ଶିଖ ଧାମିର୍କ ପତାକା ଲଗାଇଥିଲେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲ ସିଂ । ଟ୍ରାକ୍ଟର ରାଲି ବେଳେ ପୋଲିସ ଦେଇଥିବା ରୁଟ ବଦଳରେ ଚାଷୀଙ୍କୁ ଉସୁକାଇ ଲାଲକିଲ୍ଲା ନିଆଯାଇଥିବା ଦୀପ ସିଦ୍ଧିୁଙ୍କ ନାଁରେ ଅଭିଯୋଗ ରହିଛି । ଏହି ସମସ୍ତ ଘଟଣାର ଯାଂଚ କରୁଛି କ୍ରାଇମବ୍ରାଂଚ ।
ଏହି ହିଂସା ଘଟଣାରେ ଧରାପଡ଼ିବା ପରେ ଦୀପ ସିଦ୍ଧୁ କହିଥିଲେ କି, ‘ମୁଁ ଭାବୁକ ହୋଇ ଚାଷୀଙ୍କ ସହିତ ଯୋଡ଼ି ହୋଇଯାଇଥିଲି। ମୋର କୌଣସି କୋଠରପନ୍ଥୀଙ୍କ ସହ ସମ୍ପର୍କ ନାହିଁ। ଲକଡାଉନ ସମୟରେ ଓ ପରେ ମୋତେ କୌଣସି କାମ ମିଳି ନଥିଲା। ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଆନ୍ଦୋଳନ ପଞ୍ଜାବରେ ଆରମ୍ଭ ହୋଇଥିଲା ମୁଁ ଏଥିପ୍ରତି ଆକର୍ଷିତ ହୋଇଯାଇଥିଲି।

ନଭେମ୍ବର ୨୮ ତାରିଖରେ ଚାଷୀମାନଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲି। ସାଧାରଣତନ୍ତ୍ର ଦିବସ ପ୍ୟାରେଡର କିଛିଦିନ ପୂର୍ବରୁ ମୁଁ ନିଜର ସମର୍ଥକଙ୍କ ସହିତ ନିଶ୍ଚିତ କରିଥିବା ରାସ୍ତାରେ ଭଙ୍ଗାରୁଜା କରିବାକୁ ସ୍ଥିର କରିଥିଲି। ଏହି ସମୟରେ ସ୍ବେଚ୍ଛାସେବୀମାନଙ୍କ ଜ୍ୟାକେଟ ଚୋରି କରିବାକୁ ବି ସମର୍ଥକମାନଙ୍କୁ କହିଥିଲି।’

କେବଳ ଏତିକି ନୁହେଁ, ଦୀପ ସିଦ୍ଧୁ ପ୍ରଥମରୁ ହିଁ ଯୋଜନା କରିଥିଲା କି ଲାଲକିଲା ସମେତ ଯଦି ସମ୍ଭବ ହୁଏ ଇଣ୍ଡିଆ ଗେଟ ପର୍ୟ୍ୟନ୍ତ ପହଞ୍ଚିବ। ଯାଞ୍ଚ ସମୟରେ ଜଣାପଡ଼ିଛି କି ଫେରାର ଥିବା ଜୁଗରାଜ ସିଂହଙ୍କୁ ସ୍ବତନ୍ତ୍ର ଭାବେ ଧାର୍ମିକ ପତାକା ଉଡ଼ାଇବାକୁ ଅଣାଯାଇଥିଲା। ଜୁଗରାଜ ପ୍ରାୟତଃ ଗୁରୁଦ୍ବାରରେ ପତାକା ଉଡ଼ାଇବା କାମ କରିଥାଏ।

ଦିନ ୧୨.୨୧ରେ କ୍ରାଇମ ବ୍ରାଞ୍ଚ ଟିମ ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ ସେଦିନ ହିଂସା ଆରମ୍ଭ ହୋଇଥିଲା।