ଦେଶରେ ପୁଣି ଚିନ୍ତା ବଢାଉଛି କରୋନା ସଂକ୍ରମଣ ବୃଦ୍ଧି । ୪ ହଜାର ଉପରେ ଦୈନିକ ସଂକ୍ରମଣ । ସବୁଠୁ ଆଗରେ ମହାରାଷ୍ଟ୍ର,କେରଳ

238

କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ସପ୍ତାହ ତୁଳନାରେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଛି । ଯାହା ପୁଣି ଚିନ୍ତାକୁ ଦ୍ୱିଗୁଣିତ କରିଛି । ୫ଟି ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ । ସେପଟେ ସ୍ଥିତିକୁ ଦେଖି ଆକ୍ସନମୋଡରେ କେନ୍ଦ୍ର ସରକାର । ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖି କୋଭିଡ ମୁକାବିଲା ପାଇଁ ପ୍ରସ୍ତୁୁତ ରହିବାକୁ କହିଛନ୍ତି ।

  • ପୁଣି ଫେରିଲା କରୋନା ଭୟ
  • ୪ହଜାର ଉପରେ ଦୈନିକ ସଂକ୍ରମଣ

କିଛି ଦିନର ଆଶ୍ୱସ୍ତି ପରେ ପୁଣି ଡରାଇଲାଣି ମହାମାରୀ କରୋନା । ଦେଶରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ସ୍ଥିତିକୁ ଆସିଯାଇଛି । ଲଗାତର ୪ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୩ହଜାର ୭ଶହ ୧୪ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୭ଜଣଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହ ତୁଳନାରେ ଦେଶରେ ୪୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସେପଟେ ପ୍ରତିଥର ପରି ଏଥରକ ମଧ୍ୟ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ମୁମ୍ବାଇ ଓ ଏହାର ଆଖପାଖ ଅଂଚଳରେ ସ୍ଥିତି ଖରାପ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣା କଡାକଡି କରାଯାଉଛି । ରାଜ୍ୟର ୬ ଜିଲ୍ଲାରେ ପଜିଟିଭ୍ ହାର ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କତା ଜାରି କରିଛି ।

ମହାରାଷ୍ଟ୍ର ତୁଳନାରେ ମୁମ୍ବାଇରେ ସଂକ୍ରମଣ ହାର ଦୁଇଗୁଣା ରହିଛି । ପୂରା ରାଜ୍ୟରେ ପଜିଟିଭ୍ ହାର୍ ୪ ଦଶମିକ ୫ ପ୍ରତିଶତ ରହିଥିବା ବେଳେ କେବଳ ମୁମ୍ବାଇରେ ପଜିଟିଭ୍ ହାର ୮ ଦଶମିକ ୮ ପ୍ରତିଶତ ରହିଛି । ମହାରାଷ୍ଟ୍ରରରେ ଗତ ୨୪ ଘଂଟା ଭିତରେ ୧୦୩୬ଜଣ ସଂକ୍ରମିତ ଚିହ୍ନଟ ହେବା ସହ କେରଳରେ ଦେଢ ହଜାରରେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁମ୍ବାଇରେ ମେଡିକାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମୁମ୍ବାଇରେ ଜୁନ୍ ୧୫ରୁ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବ । ବେଙ୍ଗାଲୁରୁରେ ମାସ୍କ ବାଧ୍ୟତାମଳୂକ କରାଯାଇଛି ।

ସଂକ୍ରମଣ ବଢୁଥିବା ୫ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗୋଟେ ପଟେ ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଜର୍ମାନୀ ସ୍ୱାସ୍ଥ୍ୟ ବିଶେଷଜ୍ଞ୍ ଏକ ରିପୋର୍ଟ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏକ ଗବେଷଣା କହୁଛି ବାୟୁ ପ୍ରଦୁଷିତ ବାୟୁ ସଂର୍ସ୍ପଶରେ ଆସୁଥିବା ବ୍ୟକ୍ତିଙ୍କ ନିକଟରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି ।