କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ବିଜେପି । ଧାମନଗର ଉପନିର୍ବାଚନ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁଙ୍କୁ ଯୋଡି ହେଉଥିବା ଭିଡିଓ ଓ ଅଡିଓ ଭାଇରାଲକୁ ନେଇ ଅଭିଯୋଗ ଆଣିଛି ଦଳ । ବିଜେପିର ୬ ଜଣିଆ ଟିମ ଭୁବନେଶ୍ୱର ସାଇବର ଥାନାରେ ଏଫଆଇଆର ହେବା ସହ ସିଇଓଙ୍କୁ ଭେଠି ଅଭିଯେଳଗ କରିଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବୈଠକ ହୋଇଥିବା ନେଇ ଏକ ମିଥ୍ୟା ଅଡିଓ ସିଡି ଭାଇରାଲ ହେଉଛି, ଯାହାକି ସମ୍ପୂର୍ଣ୍ଣ ଭିତୀହିନ ବୋଲି ବିଜେପି କହିଛି । ସେପଟେ ବିଜେଡି ମଧ୍ୟ ପାଲଟା ଅଭିଯୋଗ ଆଣି ବିଜେପିକୁ କାଉଂଟର କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ଦଳ । ଧାମନଗରରେ ମିଶନ ଶକ୍ତି ମହିଳାଙ୍କୁ ବିଜେପି ବଦନାମ କରୁଛି ବୋଲି ବିଜେଡି କହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us