‘ଶୋଷଣକାରୀଙ୍କୁ କ୍ଷମା ଦେଉଛି ସମ୍ବିଧାନ’, କେରଳ ମନ୍ତ୍ରୀ ସାଜି ଚେରିୟନ ଙ୍କ ବିବାଦୀୟ ବୟାନ।

112

କନକ ବ୍ୟୁରୋ: କେରଳ ମନ୍ତ୍ରୀଙ୍କ ବିବାଦୀୟ ବୟାନ । ସମ୍ବିଧାନକୁ ନେଇ ସେ ବିବାଦୀୟ ବୟାନ ରଖିଛନ୍ତି । କେରଳର ସଂସ୍କୃତି ମନ୍ତ୍ରୀ ସାଜି ଚେରିୟନ ଭାରତର ସମ୍ବିଧାନକୁ ନେଇ କହିଛନ୍ତି, ଏହା ଦେଶରେ ଶୋଷଣ କରୁଥିବା ଲୋକଙ୍କୁ ମାଫ କରୁଛି । ଏବଂ ଦେଶର ଲୋକଙ୍କୁ ଲୁଟିବାର କାମ କରୁଛି । ତାଙ୍କର ଏହି ବୟାନ ପରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ତାଙ୍କୁ ଘେରିଛନ୍ତି । କେରଳର ଦକ୍ଷିଣରେ ଥିବା ମାଲ୍ଲାପଲ୍ଲୀରେ ଆୟୋଜିତ ସଭାରେ ସେ ଏହି ବୟାନ ରଖିଛନ୍ତି ।

କ୍ଷେତ୍ରୀୟ ଟେଲିଭିଜନ ଚ୍ୟାନେଲ ମନ୍ତ୍ରୀଙ୍କ ଏହି ବୟାନକୁ ମଙ୍ଗଳବାର ପ୍ରସାରଣ କରିଥିଲା । ଏହା ପରେ ବିରୋଧୀ ମନ୍ତ୍ରୀଙ୍କୁ ଘେରିବା ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତେ କହିଥାଉ ଆମ ପାଖରେ ସବୁଠାରୁ ସୁସ୍ଥ ସମ୍ବିଧାନ ରହିଛି । ତେବେ ମୁଁ କହିବି ସମ୍ବିଧାନକୁ ଏହିପରି ଲେଖାଯାଇଛି ଯାହାର ବ୍ୟବହାର ଦେଶକୁ ଲୁଟିବା ପାଇଁ କରାଯାଉଛି ।
ଭାରତୀୟ ସମ୍ବିଧାନ ନାଗରିକଙ୍କୁ ଶୋଷଣ କରୁଛି । ଇଂରେଜ ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । କେବଳ ଭାରତୀୟ ଏହାକୁ ଲେଖିଛନ୍ତି ଏବଂ ଲାଗୁ କରିଛନ୍ତି । ଏହି ସମ୍ବିଧାନ ଲାଗୁ ହେବାକୁ ୭୫ ବର୍ଷ ପୂରି ସାରିଛି । ତେବେ ଏହାର ବ୍ୟବହାର ଶୋଷଣ ଏବଂ ଲୁଟ ପାଇଁ ହୋଇଛି ।