ଦ୍ରୌପଦୀଙ୍କୁ ‘ରାଷ୍ଟ୍ରପତ୍ନୀ’ କହିଲେ କଂଗ୍ରେସ ସାଂସଦ । ସଂସଦରେ ବିଜେପିର ଜୋରଦାର ବିରୋଧ, ସୋନିଆଙ୍କୁ କ୍ଷମା ମାଗିବାକୁ ଦାବି କଲେ ସ୍ମୃତି

112

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ଗୁରୁବାର ସଂସଦରେ ଜୋରଦାର ବିରୋଧ କରିଛି ବିଜେପି । କଂଗ୍ରେସ ଇର୍ଷାପରାୟଣ ହୋଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଷ୍ଟପ୍ରତିଙ୍କୁ ରାଷ୍ଟ୍ରପତ୍ନୀ କହିବା କଂଗ୍ରେସର ମହିଳା ବିରୋଧୀ, ଦଳିତ ବିରୋଧୀ ନୀତି ବୋଲି କହିଛନ୍ତି ସ୍ମୃତି ଇରାନି । ସେଥିପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ସ୍ମୃତିି । ଏପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପିର ମହିଳା ସାଂସଦମାନେ ଲୋକସଭାରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି । ସୋନିଆ ନିଜେ ଜଣେ ମହିଳା ହୋଇ ବି ଦଳର ନେତାମାନଙ୍କୁ ଏଭଳି ମନ୍ତବ୍ୟ ଦେବାକୁ ଅନୁମତି ଦେଉଥିବାରୁ ଦଳ ତରଫରୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ନିର୍ମଳା ।

ବିଜେପି ସାଂସଦଙ୍କ ପ୍ରବଳ ବିରୋଧ ପରେ କଂଗ୍ରେସ ବିଧାୟକ ଦଳର ନେତା ଅଧୀର ରଞ୍ଜନ କହିଛନ୍ତି, ଭୁଲରେ ତାଙ୍କ ପାଟିରୁ ବାହାରି ଯାଇଛି । ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯଦି ତୁମେ ଚାହୁଁଛ ଏଥିପାଇଁ ମୋତେ ଫାଶୀ ଦେଇପାର । ତେବେ ଅଗ୍ନୀପଥ ଯୋଜନା, ବେରୋଜଗାରୀ, ଜିଏସଟି ଏବଂ ଅନ୍ୟ ସମସ୍ୟା ଉପରେ ଆଲୋଚନାରୁ ଦୃଷ୍ଟି ହଟାଇବା ପାଇଁ ବିଜେପି ଅଯଥାରେ ଏକଥାକୁ ବଢାଉଛି । ରାଷ୍ଟପ୍ରତି ବ୍ରାହ୍ମଣ ହୁଅନ୍ତୁ କି ଆଦିବାସୀ ଆମର ଏହି ପଦବୀ ପ୍ରତି ସମ୍ମାନ ରହିଛି ବୋଲି ସେ କହିଛନ୍ତି । ଏପଟେ ଏହା ଉପରେ ମନ୍ତବ୍ୟ ରଖି ଅଧୀର କ୍ଷମା ମାଗିସାରିଥିବା କହିଛନ୍ତି ସୋନିଆ ଗାନ୍ଧୀ ।

କହିରଖୁ କି, ମଙ୍ଗଳବାର କଂଗ୍ରେସ ସାଂସଦମାନେ ବିଜୟ ଚୌକ୍ରେ ବିକ୍ଷୋଭ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ କୁଆଡେ ଯିବେ ବୋଲି ପ୍ରଶ୍ନ କରି୍ଥିଲେ । ପ୍ରଶ୍ନର ଉତର ଦେଇ ସେମାନେ ରାଷ୍ଟ୍ରପତ୍ନୀ ଭବନ ଯିବେ ବୋଲି ଅଧୀର କହିଥିଲେ ।