୨ ମାସ ଯାଏଁ ଏହି ସହର ଅନ୍ଧାରରେ ରହିବ । ୨୦୨୧ ରେ ଦେଖାଦେବେ ସୂର୍ଯ୍ୟ । ଅନ୍ଧାର ମାଡି ଆସୁଥିବା ନେଇ ସରକାର କଲେ ଘୋଷଣା

15,452

କନକ ବ୍ୟୁରୋ : ପୃଥିବୀର ସଂରଚନା ଅନ୍ୟ ଗ୍ରହ ତୁଳନାରେ ସମ୍ପୁର୍ଣ୍ଣ ଅଲଗା । ସେଥିପାଇଁ ତ ପୃଥିବୀରେ ଜୀବନ ଜଗତ ତିଷ୍ଟି ରହିଛି । ହେଲେ ଏହି ଜୀବ ଜଗତ ପୃଥିବୀର ସବୁ ସ୍ଥାନରେ ସମାନ ନୁହେଁ । କେଉଁଠାରେ ଦିନ ଲମ୍ବା ତ ରାତି ଛୋଟ, କେଉଁଠାରେ କେବଳ ବର୍ଷା ହିଁ ବର୍ଷା ତ ଅନ୍ୟ କେଉଁଠି ଭୋକ ହିଁ ଭୋକ । ମାତ୍ର ଆମେରିକାର ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଶୀତଋତୁରେ ରାତି ଏତେ ଲମ୍ବା ହୋଇଥାଏ କି ଦିନ କେତେବେଳେ ଆସି ପୁଣି ଚାଲିଯାଏ ତାହା ଜଣାପଡେ ନାହିଁ । ଆମେରିକାରର ଆଲାସ୍କା ଅଞ୍ଚଳ ଏଭଳି ଲମ୍ବା ରାତି ପାଇଁ ବେସ୍ ଜଣା ଶୁଣା । ସେଠାରେ ଏହି ୨୦୨୦ ମସିହାରେ ଆଉ ସୂର୍ଯ୍ୟ ଦେଖାଦେବେ ନାହିଁ । ଏଠାରେ ଲୋକମାନେ ପାଖା ପାଖି ୨ ମାସ ପରେ ସୂର୍ଯ୍ୟଙ୍କର ଦର୍ଶନ ପାଇବେ ।

ଆଲାସ୍କାରେ ୧୮ ନଭେମ୍ବର ପରେ କେବଳ ରାତି ଆଉ ରାତି । ଏଠାରେ ଥିବା ଅତକିୟାଗାଭିକ୍ ସହରରେ ୨୦୨୧ ମସିହା ଜାନୁଆରୀ ୨୩ ତାରିଖ ସ୍ଥାନୀୟ ସମୟ ୧ ଟାରେ ସୂର୍ଯ୍ୟଦୋୟ ହେବ । ଏହି ସହର ଆଜି ଠାରୁ ୬୫ ଦିନ ଯାଏ ଅନ୍ଧାର ରହିବ ବୋଲି ଆମେରିକା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । କହିରଖୁ କି ଆମେରିକାର ଏହି ସହରଟି ଧୃବୀୟ ଇଲାକାରେ ଅବସ୍ଥିତ । ଧ୍ରୁବ ଉତ୍ତର ଦିଗକୁ ବଢିବା ଫଳରେ କିଛି ସ୍ଥାନରେ ଦିନ ଏତେ ଛୋଟ ହେବ ଯେ ସୂର୍ଯ୍ୟାଲୋକର ଦର୍ଶନ ମିଳିବା ସମ୍ଭବ ହେବ ନାହିଁ ।

ଅତକିୟାଗାଭିକ୍ ସହରର ଜନସଂଖ୍ୟା ପାଖା ପାଖି ୪ ହଜାର । ଏଠାରେ ସୂର୍ଯ୍ୟାଲୋକ ବିନା ପାଗ ବେସ୍ ଥଣ୍ଡା ରହିଥାଏ । କେବେ କେବେ ଏହି ସହରର ତାପମାତ୍ରା ବିଯୁକ୍ତ ୧୦ ରୁ ୨୦ ଡିଗ୍ରୀ ତଳକୁ ଖସିଆସେ । ଏହିଭଳି ଲମ୍ବା ରାତି ଆସୁଥିବା ଆମେରିକାର ସହର ମଧ୍ୟରେ ଅତକିୟାଗାଭିକ୍ ବ୍ୟତିତ ଋଷ, ସ୍ୱିଡେନ୍‌, ଫିନଲ୍ୟାଣ୍ଡ, ଗ୍ରୀସ ଓ କାନାଡାର କିଛି ସହରରେ ମଧ୍ୟ ଦେଖାଯାଏ ।