ମୁଖ୍ୟମନ୍ତ୍ରୀ କହିଲେ…ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ସର୍ବୋତ୍ତମ ଚିକିତ୍ସା। ଅପରେସନ ଥିଏଟରରେ ନବ ଦାସ।

4,138

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଙ୍କନାପନ୍ନ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଠାରୁ ନେଇ ବରିଷ୍ଠ ଡାକ୍ତରମାନେ ମେଡିକାଲରେ ଉପସ୍ଥିତ ରହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ସର୍ବୋତ୍ତମ ଚିକିତ୍ସା । ନବ ଦାସ ମେଡିକାଲରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ଡାକ୍ତରଙ୍କ ଆଲୋଚନାକରିବା ସହ କେଉଁଭଳି ତାଙ୍କୁ ପୂରା ସୁବିଧା ପ୍ରଦାନ କରାଯାଇପାରିବ ସେନେଇ ସେ ତଦାରଖ କରିଛନ୍ତି । ବିଜେଡିର ଅନେକ ବରିଷ୍ଠ ନେତା ମଧ୍ୟ ନବଙ୍କୁ ଦେଖିବା ପାଇଁ ମେଡିକାଲରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀ ହସପିଟାଲରେ ଉପସ୍ଥିତ ରହିଛନ୍ତି । ନବଙ୍କ ପରିବାର ସଦସ୍ୟ ମଧ୍ୟ ମେଡିକାଲରେ ଉପସ୍ଥିତ ରହିଥିଲେ ।