ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।

108

କନକ ବ୍ୟୁରୋ : ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଜି ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଥିଲେ । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନି ଟ୍ରକଟି ଓଲଟିପଡିଥିଲା ।