କନକ ବ୍ୟୁରୋ : ରେସଲର ବିବାଦକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେ ତାଙ୍କ ଟ୍ୱିଟରେ ହରିଆଣାର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୁସ୍ତସଂଘର ଅଧ୍ୟକ୍ଷଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି କି କୁସ୍ତିସଂଘ ଅଧ୍ୟକ୍ଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆସିଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେଉ ନାହାଁନ୍ତି । ଏହାସହ ସରକାର କାହିଁକି ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ଦେଶର ମହିଳା ଖେଳାଳୀଙ୍କ ସୁରକ୍ଷା ମାମଲାରେ ବିଜେପି ଓ କେନ୍ଦ୍ର ସରକାର ନିଜ ନେତାମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ଏହା ଲଜ୍ଜାଜନକ ବୋଲି ସେ କହିଛନ୍ତି ।

Advertisment

ସେପଟେ ମହିଳା ରେସଲରଙ୍କ ଧାରଣା ଆଜି ତୃତୀୟ ଦିନରେ ପହଂଚିଛି । ଏହି ଧାରଣାକୁ ସମର୍ଥନ ଦେବାକୁ ଆଜି ବକ୍ସର ବିଜେନ୍ଦରସିଂ ଧାରଣା ସ୍ଥଳରେ ପହଂଚିଛନ୍ତି । ସେ କହିଛନ୍ତି କି ମୁଁ ରେସଲରଙ୍କ ସହିତ ଅଛି ।

ଅନ୍ୟପଟେ ଭାରତୀୟ ମହିଳା ରେସଲରମାନେ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଉପରେ ଲଗାଇଥିବା ଅସଦାଚରଣ ଅଭିଯୋଗର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବ୍ରିଜ ଭୂଷଣ । ପ୍ରଥମେ କୁହାଯାଉଥିଲା କି ସେ ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେବେ । ହେଲେ ଏବେ ସୂଚନା ମିଳିଛି କି ଅପରାହ୍ନ ୪ଟା ବେଳେ ସେ ସାମ୍ବାଦିକ ସମ୍ମିଳନୀ କରିବେ ।