ମୋହନା ଦାଦନ କାହାଣୀର ଗଞ୍ଜେଇ କନେକ୍ସନ । ସିମେଣ୍ଟ କାରଖାନାରେ କାମ କରିବାକୁ କହି ଗଞ୍ଜେଇ ସୁଖା, ବଛା କାମରେ ଲଗାଇଥିଲା ଦଲାଲ

ପ୍ରଚୁର ନିଶାରେ ଥିବାରୁ କେମିତି କଟିଲା ହାତ, ଗୋଡ ଜାଣି ନଥିବା କହିଲେ ଶାଙ୍କ ମୁର୍ମୁ

479

କନକ ବ୍ୟୁରୋ: ମୋହନା ଦାଦନ କାହାଣୀର ଗଞ୍ଜେଇ କନେକ୍ସନ । ଦାଦନ ଖଟିବାକୁ ଯାଇ ହାତ, ଗୋଡ ହରାଇଥିବା ଶାଙ୍କ ମୁର୍ମୁ ଏବେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସହିତ କଣ ଘଟିଲା ଓ କିଭଳି ସେ ହାତ, ଗୋଡ ହରାଇଲେ ସେନେଇ କାମେରା ଆଗରେ କହିଛନ୍ତି ଶାଙ୍କ । ସିମେଣ୍ଟ କାରଖାନାରେ କାମ ଦେବାକୁ କହି ଉତ୍ତରପ୍ରଦେଶ ନେଇଥିଲା ଦଲାଲ । ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲା । ହେଲେ ସେଠାରେ ଗଞ୍ଜେଇ ସୁଖା, ବଛା କାମରେ ନିୟୋଜିତ କରାଯାଇଥିଗା । ଘଟଣା ପୂର୍ବ ରାତିରେ ପ୍ରଚୁର ମଦ ପିଇଥିଲେ ଶାଙ୍କ । ପରଦିନ ହସ୍ପିଟାଲରେ ଯେତେବେଳେ ହୋସ ଆସିଲା ସେତେବେଳକୁ ହାତ ଗୋଡ କଟି ଯାଇଥିବା ଦେଖିଲେ । ତେବେ ସାଙ୍ଗମାନେ ଟ୍ରେନ ଆଗକୁ ଡେଇଁ ହାତ, ଗୋଡ କଟିଥିବା କହୁଥିବାବେଳେ ଏହାକୁ ଗ୍ରହଣ କରିବାକୁ ନାରାଜ ଶାଙ୍କ । ଗଞ୍ଜେଇ କାରବାର ବିଷୟରେ ସୂଚନା ଦେଇଦେବେ ବୋଲି କହିବା ପରେ ତାଙ୍କ ହାତ, ଗୋଡ କାଟିଦେଇଥାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଶାଙ୍କ ।