ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଜୋରଧରୁଛି ଉପନିର୍ବାଚନ ତାତି : ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ; କୋଭିଡ କଟକଣା ମଧ୍ୟରେ ପ୍ରଚାର ମୈଦାନରେ ୩ଦଳ

104

କନକ ବ୍ୟୁରୋ : ତିର୍ତ୍ତୋଲ  ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ।  ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଥିବାବେଳେ  ବିଜେଡି ବି କର୍ମୀଙ୍କୁ ସଙ୍ଗଠିତ କରୁଛି ।  ୧୬ ତାରିଖରେ ବିଜେଡି ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରଚାର ମୈଦାନକୁ ଓହ୍ଲାଇବ ।  ଆଜି କଂଗ୍ରେସ ପ୍ରାର୍ଥୀ  ହିମାଂଶୁ ମଲ୍ଲିକ  ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି । ନଭେମ୍ବର ୩ରେ ଭୋଟ ଗ୍ରହଣ ୧୦ରେ ହେବ ଗଣତି ।

ବଲେଶ୍ୱର ଉପନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ଆଜି ବିଜେଡ଼ି, କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଭିଡ଼ କଟକଣା ଭିତରେ ଉଭୟ ଦଳୀୟ ପ୍ରାର୍ଥୀ ତାଙ୍କ ସମର୍ଥନଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ବିଜେପି ପ୍ରାର୍ଥୀ ମାନସ ଦତ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଠାରେ ମଧ୍ୟ ନଭେମ୍ବର ୩ରେ ଭୋଟ ଗ୍ରହଣ ୧୦ରେ ହେବ ଗଣତି ।