ବରମୁଣ୍ଡା ବସଷ୍ଟାଣ୍ଡରୁ ଗଡିଲା ବସ୍। ଫସି ରହିଥିବା ଯାତ୍ରୀ ଆଶ୍ୱସ୍ତ।

137

କନକ ବ୍ୟୁରୋ: ରାଜଧାନୀର ବସଷ୍ଟାଣ୍ଡ ବରମୁଣ୍ଡାରୁ ଗଡିଲା ବସ । ରଣପୁର ଓ ବ୍ରହ୍ମପୁର ଅଭିମୁଖେ ବସ ବାହାରିଛି । ଫଳରେ ରାଜଧାନୀରେ ଫସିରହିଥିବା ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ ଚଳାଚଳ ବନ୍ଦ ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ଯାତ୍ରୀ । କିଏ ମେଡିକାଲ ଯିବାର ଥିଲା ତ କିଏ ରାଜଧାନୀକୁ କୌଣସି କାମରେ ଆସି ଘରକୁ ଫେରି ପାରୁନଥିଲା । ବ୍ରହ୍ମପୁର ମେଡିକାଲରେ ସ୍ୱାମୀ ଭର୍ତି ହୋଇଛନ୍ତି । କିନ୍ତୁ ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ପତ୍ନୀ ବିଷ୍ଣୁପ୍ରିୟା ଆଶ୍ୱସ୍ତ ହୋଇଛନ୍ତି । ବରମୁଣ୍ଡାରୁ ବାହାରିଥିବା ବସରେ ସେ ବ୍ରହ୍ମପୁର ଯାଇଛନ୍ତି ।