କନକ ବ୍ୟୁରୋ: ଗୁଜରାଟରେ ମୋରବିରେ ଆଜି ବଡ ଧରଣର ଅଘଟଣ ଘଟିଛି । ଏଠାରେ ମଛୁ ନଦୀ ଉପରେ ଥିବା ଏକ ଝୁଲା ପୋଲ ଛିଣ୍ଡିଯିବାରୁ ଅନେକ ଲୋକ ନଦୀକୁ ଖସିଯାଇଛନ୍ତି । ନଦୀକୁ ଖସିଯାଇଥିବା ଲୋକଙ୍କ ଉଦ୍ଧାର କାମ ଜାରି ରହିଛି । ହେଲେ ଏଯାଏଁ ଜଣାପଡିନି କେତେ ଲୋକ ନଦୀକୁ ଖସିପଡିଛନ୍ତି । ହେଲେ କୁହାଯାଉଛି ପୋଲ ଛିଣ୍ଡିବା ସମୟରେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ । ପୋଲିସ ପ୍ରଶାସନ ସହ ସ୍ଥାନୀୟ ଲୋକ ମଧ୍ୟ ମିଶି ଉଦ୍ଧାର କାମ ଜାରି ରଖିଛନ୍ତି ।
କୁହାଯାଉଛି କି ୫ ଦିନ ପୂର୍ବରୁ ଏହି ଝୁଲାପୋଲର ମରାମତି ହୋଇଥିଲା । ମରାମତି ପରେ ବି କେମିତି ଏତେ ବଡ ଦୁର୍ଘଟଣା ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଟି ମଝିରୁ ଭାଙ୍ଗି ଯିବାରୁ ଲୋକମାନେ ନଦୀକୁ ଖସିପଡିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/rtf.jpg)