ଭୋଜି ଖାଇ ଫେରିବାବେଳେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ୧୦ ବରଯାତ୍ରୀ ଗୁରୁତର, ୨୦ରୁ ଅଧିକ ଆହତ

229

କନକ ବ୍ୟୁରୋ : ବାହାଭୋଜି ଖାଇ ଫେରିବା ବେଳେ ସାଲେପୁର ଶିଶୁଆ ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ବସରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଓ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରିନ୍ସ ବସରେ ୫୦ରୁ ଉର୍ଦ୍ଧ ବରଯାତ୍ରୀ କଟକରୁ ଭୋଜି ଖାଇ ଫେରୁଥିଲେ । ସାଲେପୁର-ଶିଶୁଆ ନିକଟରେ ବସଟି ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା । ତାପରେ ରାସ୍ତା କଡରେ ଥିବା ଏକ ନଡିଆ ଗଛକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକ ମଧ୍ୟ ଏହି ଉଦ୍ଧାର କାମରେ ସହଯୋଗ କରିଥିଲେ । ଆହମ ଲୋକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।